ପୁଣି ଫେରିଲା ‘କାଳିଆ’, ନଭେମ୍ବରରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ପୁଣି ଫେରିଲା ‘କାଳିଆ’ । ନଭେମ୍ବରରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ଦ୍ୱିତୀୟ କିସ୍ତିରେ ମିଳିବ ସହାୟତା ରାଶି। ଏହି ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । କାଳିଆ ଯୋଜନାରେ ତାଲିକାଭୁକ୍ତ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ କାଳିଆ ଟଙ୍କା । କେତେ ଯୋଗ୍ୟ ଓ କେତେ ଅଯୋଗ୍ୟ ଅଛନ୍ତି, ସେନେଇ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା କହିଛନ୍ତି ସଚିବ। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦିଆଯାଇଛି । କାଳିଆ ଯୋଜନାରେ ୫୧ ଲକ୍ଷ ୫୦ ହଜାର ହିତାଧିକାରୀ ଲାଭ ପାଉଛନ୍ତି । ନିର୍ବାଚନ ପରେ କାଳିଆ ଯୋଜନା ଚାଲୁ ରହିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଗତ ସେପ୍ଟେମ୍ବରରେ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଯିବ ବୋଲି କହିଥିଲେ କୃଷିମନ୍ତ୍ରୀ ଅରୁଣ ସାହୁ । ତେବେ ଦ୍ୱିତୀୟ କିସ୍ତିରେ କେତେ ହିତାଧିକାରୀ ତାଲିକାରେ ଅଛନ୍ତି, ତାରି ଉପରେ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.