ସମ୍ବଲପୁର ଜିଲ୍ଲାରେ କଡାକଡି ହୋଇଛି କୋଭିଡ କଟକଣା, ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଚାଲିଛି ଚେକିଂ

ସମ୍ବଲପୁର (କେନ୍ୟୁଜ୍): ସମ୍ବଲପୁର ଜିଲ୍ଲାରେ କଡାକଡି ହୋଇଛି କୋଭିଡ କଟକଣା । ବିଭିନ୍ନ ପରିବା ହାଟ ଗୁଡିକରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଲୋକଙ୍କୁ ମହାନଗର ନିଗମ କର୍ମଚାରୀ ମାନେ ସଚେତନ କରୁଛନ୍ତି। କୋଭିଡ ମୁକାବିଲା ପାଇଁ ଭୀମସାରରେ ୫୦୦ ବେଡ଼ ପ୍ରସ୍ତୁତ ରଖାଯାଇଛି । ସେହିପରି ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ୨୦୦ ବେଡ୍‌ ଏବଂ ଏକ ବେସରକାରୀ ହସ୍ପିଟାଲରେ ୧୦୦ ବେଡ଼ ପ୍ରସ୍ତୁତ ରହିଛି ।

ସମ୍ବଲପୁର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ମାସ୍କ କଡାକଡି ଚେକିଂ କରାଯାଉଛି । ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ସମ୍ବଲପୁରବାସୀ କଟକଣା ମାନୁଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା କହିଛନ୍ତି ଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.