ରାଜ୍ୟ

ଶିମିଳିପାଳରେ ବନ କର୍ମଚାରୀଙ୍କୁ ଆବଶ୍ୟକ ପଡିଲେ ବନ୍ଧୁକ ଦିଆଯିବ, ସୂଚନା ଦେଲେ ଓ୍ଵାଇଲ୍ଡ ଲାଇଫ୍‌ ପିସିସିଏଫ୍‌

କେନ୍ୟୁଜ୍(ବ୍ୟୁରୋ): ଶିମିଳିପାଳରେ ମୁତୟନ ହେବେ ଏପିଆର୍‌ ଫୋର୍ସ । ଆବଶ୍ୟକ ପଡିଲେ ବନ କର୍ମଚାରୀଙ୍କୁ ବନ୍ଧୁକ ପ୍ରଦାନ କରାଯିବ। ମୟୂରଭଞ୍ଜ ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି ଓ୍ଵାଇଲ୍ଡ ଲାଇଫ୍‌ ପିସିସିଏଫ୍‌ ସୁଶୀଲ କୁମାର ପୋପ୍‌ଲି। ଏହାସହ ଶିକାରୀଙ୍କ ଗୁଳିରେ ମୃତ୍ୟୁବରଣ କରିଥିବା ଫରେଷ୍ଟ ଗାର୍ଡଙ୍କ ପରିବାରକୁ ଭେଟିଛନ୍ତି। ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ସରକାରୀ ଅନୁକମ୍ପା ରାଶି ସହ ଶିମିଳିପାଳ ଫାଉଣ୍ଡେସନ ଓ ଏନଟିସିଏରୁ କିଭଳି ଅନୁକମ୍ପା ରାଶି ପ୍ରଦାନ କରାଯାଇପାରିବ ସେନେଇ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ପିସିସିଏଫ୍‌ । ସେପଟେ ମୃତକଙ୍କ ସ୍ତ୍ରୀ ଜଣେ ଫରେଷ୍ଟ ଗାର୍ଡ ହୋଇଥିବାବେଳେ ତାଙ୍କୁ ବାରିପଦାରେ ପୋଷ୍ଟିଂ ଦେବାକୁ ଦାବି ହୋଇଛି। ଏହାସହ ମୃତକଙ୍କ ୭ବର୍ଷର ଝିଅର ସମସ୍ତ ପଢା ଖର୍ଚ୍ଚ, ବାପା, ମାଆଙ୍କୁ ପେନସନ୍‌ ପ୍ରଦାନ ସହ ୧ କୋଟି ଟଙ୍କା ଅନୁକମ୍ପା ରାଶି ଦେବାକୁ ଦାବି କରିଛନ୍ତି ବିମଳଙ୍କ ପରିବାର। ଗତ ସୋମବାର ଦିନ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟ ବିମଳ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା।

KNews Bureau

Recent Posts

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

34 mins ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

35 mins ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

1 hour ago

କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…

2 hours ago

ଗଛରେ ପିଟି ହୋଇ ହୁତୁ ହୁତୁ ହୋଇ ଜଳିଗଲା କାର, ୩ ଆହତ

କରଞ୍ଜିଆ : କରଞ୍ଜିଆରୁ ଭୁବନେଶ୍ୱର ଯାଉଥିବା ଏକ କାର ଠାକୁରମୁଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ହୁତୁ ହୁତୁ ହୋଇ ଜଳିଯାଇଛି…

2 hours ago

ପୋଖରୀକୁ ଗାଧୋଇବାକୁ ଯାଇ ଏକା ସାଙ୍ଗେ ଚାଲିଗଲେ ମା’ ଝିଅ

ଉମରକୋଟ୍‌:  ଆଜି ହେଉଛି ପହିଲି ରଜ । ଗାଁ ଠୁ ସହର ଉତ୍ସବ ମୁଖର ପରିବେଶ । ଚାରିଆଡ଼େ ପୋଡ଼…

2 hours ago