ରାଜଧାନୀରେ ସୀମା ଟପିଲା ବର୍ବରତା: ମା’ ଓ ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ରାଜଧାନୀରେ ଲଜ୍ଜା । ମା’ ଓ ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗ । ବଡ଼ଗଡ଼ ଥାନାରେ ମାମଲା ରୁଜୁ ହୋଇଛି । ଉଭୟ ମା’ ଓ ଝିଅଙ୍କ ଅଶ୍ଳୀଳ ଫଟୋ ଉଠାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଗିରଫ ପରେ ବରଗଡ଼଼ ପୋଲିସର ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ମା’ ଓ ଝିଅଙ୍କୁ ଦୁଷ୍କର୍ମ କରିଥିବା ଯୁବକଙ୍କ ନାମ ରବି ବୋଲି ଜଣାପଡ଼ିଛି। ଅଭିଯୋଗକାରିଣୀଙ୍କ ଘରେ ସହାୟକ ଭାବେ ରବି କାମ କରୁଥିଲା । ପ୍ରଥମେ ଅଭିଯୋଗକାରିଣୀଙ୍କ ଫଟୋ ଉଠାଇ ତାଙ୍କୁ ବ୍ଲାକ ମେଲିଂ କରୁଥିଲା । ପରବର୍ତ୍ତି ସମୟରେ ଅଭିଯୋଗକାରିଣୀ ଏବଂ ତାଙ୍କ ନାବାଳିକା ଝିଅର ଏକାଧିକ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଉଠାଇ ଉଭୟଙ୍କୁୁ ବ୍ଲାକମେଲିଂ କରୁଥିଲା । ଫଟୋ ଓ ଭିଡିଓ ଭାଇରାଲ କରିବା ଧମକ ଦେଇ ଉଭୟ ମା’ ଓ ଝିଅଙ୍କୁ ଦୁଷ୍କର୍ମ କରୁଥିଲା ।
ଏ ନେଇ ଅଭିଯୋଗକାରିଣୀ ବରଗଡ଼଼ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏ ସଂକ୍ରାନ୍ତରେ ବରଗଡ଼଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବିଭିନ୍ନ ସ୍ଥାନରେ ଚଢ଼ାଉ ସହ ଅଭିଯୁକ୍ତ ରବି ଗିରଫ ସହ ମୋବାଇଲ ଫୋନ ଜବତ କରିଥିଲା । ଜେରା ସମୟରେ ପୋଲିସ ନିକଟରେ ଅଭିଯୁକ୍ତ ରବି ଦୋଷ ସ୍ୱୀକାର କରିଛି । ମା’ ଓ ଝିଅଙ୍କୁ ଦୁଷ୍କର୍ମ, ବ୍ଲାମମେଲିଂ ଆଦି ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ଏବଂ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛି ।
ଆହୁରି ପଢ଼ନ୍ତୁ : ସୀମା ଟପିଲା ନିର୍ଯାତନା, ଯୌତୁକ ଦାବିରେ ସ୍ବାମୀ ମାଡରେ ସ୍ତ୍ରୀ ଓ ଶାଶୁ ଗୁରୁତର