ଶୀତରେ ଥରୁଛି ଆଭ୍ୟନ୍ତରୀଣ ଓଡ଼ିଶା, ଗତ ୪୮ ଘଣ୍ଟାରେ ୩୪ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ବଦଳିବ ପାଗ। ଶୀତରେ ଥରୁଛି ଆଭ୍ୟନ୍ତରୀଣ ଓଡ଼ିଶା। ଗତ ୪୮ ଘଣ୍ଟା ମଧ୍ୟରେ ୩୪ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୯.୧ ଡିଗ୍ରୀ ରେକର୍ଡ କରାଯାଇଛି।

ଆଜି ରାଜଧାନୀରେ ସକାଳୁ ସକାଳୁ ହାଲୁକା ଶୀତ ଅନୁଭୂତ ହେଲାଣି। ସେପଟେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ାର କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ।