ବହୁଚର୍ଚ୍ଚିତ ଭରତପୁର ଥାନା ବିବାଦ, ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

ଭୁବନେଶ୍ବର : ଭରତପୁର ଥାନାରେ କ୍ୟାପଟେନ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ।  ଭୁବନେଶ୍ବର ସର୍କିଟ ହାଉସରେ ବସଥିବା ବୈଠକରେ ପ୍ରାରମ୍ଭିକ ଆଲୋଚନା ହୋଇଛି ।  କାଲିଠୁ ସତ୍ୟପାଠ ଆହ୍ବାନ କରାଯିବ। ଭରତପୁର ଥାନା ଘଟଣାକୁ ନେଇ ସତ୍ୟପାଠ ଆହ୍ବାନ କରାଯିବ ।  ମାମଲାରେ ଜଡ଼ିତ ସମସ୍ତ ପକ୍ଷ ସତ୍ୟପାଠ ଦାଖଲ କରିବେ । ୨୧ ଦିନ ଯାଏ ଚାଲିବ ସତ୍ୟପାଠ ଦାଖଲ ପ୍ରକ୍ରିୟା । ତା’ ପରେ ସାକ୍ଷ୍ୟ ଗ୍ରହଣ ଓ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ।  ସତ୍ୟପାଠ ନେଇ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ କରାଯିବ ।  ଜଷ୍ଟିସ୍ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୋଲିସ ଡିଜି ଓ ଗୃହ ସଚିବ ଉପସ୍ଥିତ ଥିଲେ ।

ବହୁଚର୍ଚ୍ଚିତ ଭରତପୁର ଥାନା ବିବାଦ ମାମଲାରେ ଫୋକସରେ ଅତିରିକ୍ତ ଡିଜି ଆଧୁନିକୀକରଣ ଦୟାଲ ଗଙ୍ଗୱାର । ୧୪ ଦିନ ମଧ୍ୟରେ ରାଜ୍ୟର ଥାନା ଓ ଫାଣ୍ଡି ଗୁଡିକର ସିସିଟିଭି ସମ୍ପର୍କିତ ରିପୋର୍ଟ ହାଇକୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କେବଳ ରାଜ୍ୟ ସରକାରଙ୍କ ଅଫିସର ନୁହେଁ ଏହି ମାମଲାର ପରିଚାଳନାରେ ସେ କୋର୍ଟଙ୍କ ଅଫିସର ଭାବେ ସହାୟତା କରିବାକୁ ଦୟାଲ ଗଙ୍ଗୱାରଙ୍କ ସାହାଯ୍ୟ ଲୋଡିଛନ୍ତି ହାଇକୋର୍ଟ । ଅତିରିକ୍ତ ଡିଜି ଦୟାଲ ଗଙ୍ଗୱାର ବଦଳି ହୋଇ ଅନ୍ୟ ବିଭାଗକୁ ଗଲେ ମଧ୍ୟ ଏହି ମାମଲାର ପରିଚାଳନାରେ ହାଇକୋର୍ଟଙ୍କୁ ସହାୟତା କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । କେବଳ ଥାନା ନୁହେଁ ରାଜ୍ୟର ସମସ୍ତ ଥାନା ଓ ଆଉଟପୋଷ୍ଟ ଗୁଡିକରେ ସିସିଟିଭିର ସ୍ଥିତି କଣ ରହିଛି, ସିସିଟିଭି କାମ କରୁଛି କି ନାହିଁ, ସିସିଟିଭିର ହାର୍ଡଡିସ୍କ କ୍ଷମତା କେତେ ରହିଛି ଏ ସମସ୍ତ ଦିଗରେ ଅତିରିକ୍ତ ଡିଜି ଦୟାଲ ଗଙ୍ଗୱାର ଯାଞ୍ଚ କରି ହାଇକୋର୍ଟଙ୍କୁ ରିପୋର୍ଟ ଦେବେ ।

ଭରତପୁର ଥାନା ନିର୍ଯାତନା ମାମଲାରେ ଆଉ ତିନି ନିଲମ୍ବିତ ଅଧିକାରୀଙ୍କୁ ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଇଥିଲେ କୋର୍ଟ । ସେମାନେ ହେଲେ ସବ ଇନ୍ସପେକ୍ଟର ବୈଶାଳିନୀ ପଣ୍ଡା, ସଲିଳାମୟୀ ସାହୁ ଓ ସାଗରିକା ରଥ । ପଲିଗ୍ରାଫ ଟେଷ୍ଟ ପାଇଁ ଅନୁମତି ଦେଲେ SDJM କୋର୍ଟ ।  ତା ସହ ଜଣେ କାର୍ଯ୍ୟରତ ସବ ଇନିସ୍ପେକଟରଙ୍କ ମଧ୍ୟ ପଲିଗ୍ରାଫ ଟେଷ୍ଟ ହେବ ।  କ୍ରାଇମବ୍ରାଞ୍ଚ ଆବେଦନକୁ ମଂଜୁର କଲେ କୋର୍ଟ ।  ପଲିଗ୍ରାଫ ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like