ପରିଷ୍କାର ପରିଚ୍ଛନ୍ନ କରିବା ନାଁରେ ବରଗଡ ପୌର ପରିଷଦ କର୍ମଚାରୀଙ୍କ ମହାଠକେଇ

ବରଗଡ଼: ପରିଷ୍କାର ପରିଚ୍ଛନ୍ନ କରିବା ନାଁ ରେ ବରଗଡ ପୌର ପରିଷଦ କର୍ମଚାରୀଙ୍କ ମହାଠକେଇ ।  ମାସିକ ଆଦାୟରେ ମହାଦୁର୍ନୀତି ଅଭିଯୋଗ । ପୌର ପରିଷଦ କର୍ମଚାରୀଙ୍କ କଳା କାରନାମାର ତାଲିକା ଧୀରେ ଧୀରେ ଖୋଲୁଛି। କେନ୍ୟୁଜ୍‌ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ଇଏ ହେଉଛି ବରଗଡ଼ ସହରରେ ଥିବା ଏକ ଦୋକାନକୁ ପୌ ପରିଷଦ ଦେଇଥିବା ମନି ରିସିପ୍ଟ । ଦୋକାଳନୀ ଦେଇଛନ୍ତି ଦୁଇ ହଜାର, ହେଲେ ପୌର ପରିଷଦ ପାଇଛି ଦୁଇଶହ ଟଙ୍କା ।ସେମିତି ଏକ ହୋଟେଲ ଦି ରେସିଡେନସି ପାଇଥିବା ମନି ରିସିପ୍ଟ ।

ଦେକାନୀ ଦେଇଛନ୍ତି ୬ ଶହ ଟଙ୍କା । ହେଲେ ପୈାର ପରିଷଦ ପାଇଛି ମାତ୍ର ୬୦ ଟଙ୍କା । ଏଇ ଗୋଟିଏ କି ଦୁଇଟି ଦୋକାନ ନୁହେଁ, ସହରରେ ଥିବା ଶହ ଶହ ଦୋକାନ ବଜାର , ଘର ,ମଲରୁ ଏଭଳି ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ଯାହାର ତଥ୍ୟ କେନ୍ୟୁଜ୍‌ ହାତରେ ଲାଗିଛି ।

ପୌର ପରିଷଦର ରାଜସ୍ୱହାନି ସହ ମାସ ମାସ ଧରି ଅସ୍ଥାୟୀ କର୍ମଚାରୀଙ୍କୁ ଦରମା ନମିଳିବା ମଧ୍ୟରେ ସମ୍ପର୍କ ରହିଛି ବୋଲି କିଛି ବୁଦ୍ଧିଜୀବି ଅଭିଯୋଗ କରିଛନ୍ତି । ଅନ୍ୟପଟେ ସତ୍ୟାସତ୍ୟ ଯାଞ୍ଚ କରି ଦୋଷୀବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି । ଘୋଟାଲା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ସହରବାସୀ

ଫାଭିଓ: ଦେଖିଲେତ କେମିତି ପରିଷ୍କାର ପରିଚ୍ଛନ୍ନ କରିବା ନାଁ ରେ ବରଗଡ ପୌର ପରିଷଦ କର୍ମଚାରୀଙ୍କ ମହାଠକେଇ । ତେବେ ଅଭିଯୋଗର ସତ୍ୟତା ଧରାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଲେ କାର୍ଯ୍ୟନିର୍ବାହୀ ଅଧିକାରୀ ।

 

You might also like