ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ବାତ୍ୟା ଅମ୍ଫାନ, ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୫୫ ରୁ ବଢି ୧୮୫ କିମି ଯାଏ ରହିବ

ଭୁବନେଶ୍ବର: ୧୨ ଘଣ୍ଟା ପାଇଁ ସୁପର ସାଇକ୍ଲୋନ୍‌ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ବାତ୍ୟା ଅମ୍ଫାନ । ସନ୍ଧ୍ୟା ୫.୩୦ ମଧ୍ୟରେ ସୁପର ସାଇକ୍ଲୋନ୍‌ରେ ପରିଣତ ସମ୍ଭାବନା ରହିଛି । ସମୁଦ୍ର ମଧ୍ୟରେ ସୁପର ସାଇକ୍ଲୋନ୍‌ ରହୁଥିବାରୁ ସ୍ଥଳ ଭାଗ ବିଶେଷ ପ୍ରଭାବିତ ହେବ ନାହିଁ । ଏହି ସମୟରେ ପବନର ବେଗ ୨୨୦ରୁ ୨୪୦ କିଲୋମିଟର ରହିପାରେ । ପବନର ବେଗ ବଢି ୨୬୫ କିଲୋମିଟର ହୋଇପାରେ ।

ପାଖାପାଖି ୧୨ ଘଣ୍ଟା ରହିପାରେ ସୁପର ସାଇକ୍ଲୋନ୍‌ । ୨୦ ତାରିଖ ସନ୍ଧ୍ୟା ସୁଦ୍ଧା ଭେରୀ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ସହ ଦିଘା ଓ ହାତିଆ ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୫୫ ରୁ ୧୬୫ କିମି ରହିବ । ପବନର ବେଗ ବଢ଼ି ଘଣ୍ଟାପ୍ରତି ବେଗ ୧୮୫ କିମି ରହିପାରେ । ଦକ୍ଷିଣ ପାରାଦୀପଠାରୁ ୭୯୦ ଦୂରରେ ବାତ୍ୟା ଅମ୍ଫାନ । ଦୀଘାଠାରୁ ୯୪୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.