ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ ଆସିଲା ରାଜ୍ୟ ସରକାରଙ୍କ ଗାଇଡଲାଇନ

ଭୁବନେଶ୍ବର(କେନ୍ଯୁଜ୍): ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ ଆସିଲା ରାଜ୍ୟ ସରକାରଙ୍କ ଗାଇଡଲାଇନ । ମକର ସଂକ୍ରାନ୍ତିରେ ସମୁଦ୍ର କୂଳ, ଘାଟ ଓ ପୋଖରୀ ନିକଟରେ ଗହଳି ମନା । ମକରମେଳା ଆୟୋଜନ କରାଯାଇପାରିବ ନାହିଁ । ମକର ସଂକ୍ରାନ୍ତି ଓ ପୋଙ୍ଗଲରେ ସବୁ ଧାର୍ମିକ ସ୍ଥାନ ବା ପୀଠ ଶ୍ରଦ୍ଧାଳୁଙ୍କ ପାଇଁ ମନା ।

ତେବେ ପରଂପରା ରକ୍ଷା ପାଇଁ ପୀଠରେ ରୀତିନୀତି ଜାରି ରହିବ । ସୀମିତ ପୂଜକଙ୍କୁ ନେଇ ହେବ ପୂଜା। ପୂଜା ସମୟରେ କୋଭିଡ ଗାଇଡଲାଇନର ପାଳନ ଉପରେ ଗୁରୁତ୍ବ ଦିଆଯିବ। ସମସ୍ତ ପ୍ରକାର ଧାର୍ମିକ ସମାବେଶକୁ ମଧ୍ୟ ବାରଣ କରାଯାଇଛି । ଲୋକମାନେ ନିଜ ଘରେ ରହି ମକର ସଂକ୍ରାନ୍ତି ଓ ପୋଙ୍ଗଲରେ ରୀତିନୀତିରେ ପୂଜାର୍ଚ୍ଚନା କରିପାରିବେ ବୋଲି ଏସଆରସିଙ୍କ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ।

 

 

 

Leave A Reply

Your email address will not be published.