ମାଲକାନଗିରି : ବିଛିନ୍ନାଞ୍ଚଳକୁ ଫିଟିବ ବାଟ। ଆଜି ଉଦଘାଟନ ହେବ ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ। ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ। ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚିତ୍ରୋକୋଣ୍ଡାରୁ ଜାନବାଇ ପର୍ୟ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ପହଞ୍ଚି ସମୀକ୍ଷା କରିଛନ୍ତି । ୧୭୨ କୋଟି ଟଙ୍କାରେ ନିର୍ମାଣ ହୋଇଛି ଏହି ୯୧୦ ମିଟର ଲମ୍ବର ସେତୁ ।
ଏଥିରେ ଲାଗିଛି ସମୁଦାୟ ୨୪୦ ମିଟର ଷ୍ଟିଲ ଗାର୍ଡର୍ । ୧୧ ନମ୍ବର ଖୁଣ୍ଟିରୁ ୧୭ ନମ୍ବର ଖୁଣ୍ଟି ମଧ୍ୟରେ ଷ୍ଟିଲ ଗାର୍ଡର୍ ଲାଗିଛି । ସେତୁ ଉପରେ ୧୨୦ ଟନ୍ ଲୋଡିଂ ଦେଇ ଗାର୍ଡର ଟେଷ୍ଟ କରାଯାଇଛି । ଏଥିରେ ବ୍ୟବହାର କରାଯାଇଛି ବହୁ ସେନ୍ସିଟିଭ ସେନ୍ସର । ସେତୁ କାର୍ୟ୍ୟକ୍ଷମ ହେଲେ ବିଚ୍ଛିନ୍ନାଞ୍ଚଳ ଲୋକଙ୍କ ପାଇଁ ଯୋଗାଯୋଗ ସୁବିଧା ହେବ । ଏଥିସହ ମାଓ ଦମନ ପାଇଁ ସୁରକ୍ଷାବାହିନୀର ଚଳପ୍ରଚଳ ମଧ୍ୟ ସୁଗମ ହୋଇପାରିବ ।
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଅବସରରେ ମାଲକାନିଗିରି ଜିଲ୍ଲା ସଦର ମହକୁମାରେ ୩ଶହ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ନୂତନ କୋଠାର ଉଦଘାଟନ କରିବେ। ଏହାସହ ସ୍ଥାନୀୟ ଷ୍ଟା଼ଡିୟମରେ ଏକ ସଭାରେ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବାର କାର୍ୟ୍ୟକ୍ରମ ରହିଛି। ସାଧାରଣ ସଭାରେ ହିତାଧିକାରୀଙ୍କୁ ଭତ୍ତା ଓ ସାଇକେଲ ଆଦି ବଣ୍ଟନ କରିବେ ନବୀନ।