ଆରମ୍ଭ ହେଲା କଳିଙ୍ଗ ସାହିତ୍ୟ ମହୋତ୍ସବର ଷଷ୍ଠ ସଂସ୍କରଣ, ଉଦଘାଟନ କଲେ ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନ

ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ପର୍ଯ୍ୟଟନ କଳିଙ୍ଗ ସାହିତ୍ୟ ମହୋତ୍ସବର ଷଷ୍ଠ ସଂସ୍କରଣ । କଳିଙ୍ଗ ଲିଟେରାଲୀ ଫେଷ୍ଟିଭାଲ୍‌କୁ ଉଦଘାଟନ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଯଶଓ୍ଵନ୍ତ ସିହ୍ନା। ଅନ୍ୟମାନଙ୍କ ମଧ୍ୟରେ ସୁଧିର ଚନ୍ଦ୍ର, ପବନ କୁମାର ବର୍ମ୍ମା, ସଂସ୍କୃତି ଓ ପଯ୍ୟର୍ଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷର ଥିମ୍‌ ରହିଛି ‘ଆଇଡିଆ ଅଫ୍‌ ଇଣ୍ଡିଆ’ ବା ଗାନ୍ଧୀଜୀଙ୍କ ଦୃଷ୍ଟିରେ ଭାରତ: ସତ୍ୟ, ସଦଭାବନା ଅହିଂସା’। ଏହା ଉପରେ ଆଲୋଚନା କରାଯାଇଥିଲା। ଏହି ତିନି ଦିନିଆ ମହୋତ୍ସବରେ ସାହିତ୍ୟ,ଗାନ୍ଧୀବାଦୀ ଚିନ୍ତାଧାରା, ସତ୍ୟ, ସଦଭାବନା, ଅହିଂସାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ। ଉଦଘାଟନୀ ଉତ୍ସବରେ ସାହିତ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.