ଓଡ଼ିଶା ହେବ ଭାରତର ଟେନିସ ଭିତ୍ତିଭୂମିର ସର୍ବଶ୍ରେଷ୍ଠ ରାଜ୍ୟ, କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟ୍‌ସ କଂପ୍ଲେକ୍ସରେ ଟେନିସ ସେଣ୍ଟରର ଉଦ୍‌ଘାଟିତ

ବାଙ୍ଗାଲୋର, ଦିଲ୍ଲୀ, କଲିକତା ଓ ହାଇଦ୍ରାବାଦ ସହରର ଥିବା ଭଳି ଏହି ସେଣ୍ଟର କୋର୍ଟରେ ମଧ୍ୟ ଖେଳାଳି ଓ ରେଫରୀଙ୍କ ପାଇଁ ସବୁ ପ୍ରକାର ସୁବିଧା ରହିଛି। ଉଦ୍‌ଘାଟିତ ଟେନିସ କୋର୍ଟରେ ITFର ଡେଭିସ କପ୍‌ ଭଳି ଟୁର୍ଣ୍ଣମେଣ୍ଟ ଆୟୋଜନ ହୋଇପାରିବ।

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା କ୍ରୀଡ଼ା ଇତିହାସରେ ଯୋଡି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଓଡ଼ିଶା ହେବ ଭାରତର ଟେନିସ ଭିତ୍ତିଭୂମିର ସର୍ବଶ୍ରେଷ୍ଠ ରାଜ୍ୟ। କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟ୍‌ସ କଂପ୍ଲେକ୍ସରେ ଟେନିସ ସେଣ୍ଟରର ଉଦ୍‌ଘାଟିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି। ଏଠାରେ ୧୫ଶହ ଦର୍ଶକ ଏକାଠି ବସି ଖେଳ ଦେଖିବାର କ୍ଷମତା ରହିଛି। ବାଙ୍ଗାଲୋର, ଦିଲ୍ଲୀ, କଲିକତା ଓ ହାଇଦ୍ରାବାଦ ସହରର ଥିବା ଭଳି ଏହି ସେଣ୍ଟର କୋର୍ଟରେ ମଧ୍ୟ ଖେଳାଳି ଓ ରେଫରୀଙ୍କ ପାଇଁ ସବୁ ପ୍ରକାର ସୁବିଧା ରହିଛି। ଉଦ୍‌ଘାଟିତ ଟେନିସ କୋର୍ଟରେ ITFର ଡେଭିସ କପ୍‌ ଭଳି ଟୁର୍ଣ୍ଣମେଣ୍ଟ ଆୟୋଜନ ହୋଇପାରିବ।

ଓଡିଶା ଟେନିସ ଆସୋସିଏସନ୍‌ ଆସନ୍ତା ୪ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ୧୪ବର୍ଷରୁ କମ୍‌ ଏସିଆନ ଟେନିସ ଚାମ୍ପିଅନସିପ ଫାଇନାଲ୍‌ସ-ITF ଖେଳାଯିବ। ଏଥିରେ ୧୫ ଟି ଦେଶର ଖେଳାଳି ଭାଗ ନେବେ। ଏହାର ଲୋଗୋ ଓ ଜର୍ସିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଷ୍ଟାଡିୟମ ପରିସରରେ ବିଶ୍ଵସ୍ତରୀୟ କନଫରେନ୍‌ସ ରୁମ, ଲାଉଞ୍ଜ, ମେଡିକାଲ ରୁମ, ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ରୁମ, ବ୍ରଡକାଷ୍ଟ ରୁମ, ମିଡିଆ ସେଣ୍ଟର, ଡ୍ରେସିଂ ରୁମ ବି ରହିଛି। ନୂଆ ଷ୍ଟାଡିୟମ ସହ ଅନ୍ୟ ୧୦ଟି ଟେନିସ କୋର୍ଟ ମଧ୍ୟ କଳିଙ୍ଗ ଷ୍ଟାଡିୟମ ପରିସରରେ ପୂର୍ବରୁ ରହିଛି । ଯେଉଁଠି ୬ଟି ସିନ୍ଥେଟିକ କୋର୍ଟ ଓ ୪ଟି କ୍ଲେ କୋର୍ଟ ମଧ୍ୟ ରହିଛି।.