ଆଖଣ୍ଡଳମଣିଙ୍କ ମନ୍ଦିରରେ ଅଭାବନୀୟ ଘଟଣା: ସେବାୟତଙ୍କ ଛୁରା ମାଡରେ ଅନ୍ୟ ଜଣେ ସେବାୟତ ଗୁରୁତର

ଭଦ୍ରକ (କେନ୍ୟୁଜ): ଆଖଣ୍ଡଳମଣିଙ୍କ ମନ୍ଦିରରେ ବିଶୃଙ୍ଖଳିତ ସେବାୟତଙ୍କ ଉନ୍ମୁକ୍ତ କାଣ୍ଡ । ଛୁରା ମାଡରେ ଜଣେ ସେବାୟତ ଗୁରୁତର ହୋଇଛନ୍ତି। ଏପରିକି ଛୁରାମାଡ କରିଥିବା ସେବାୟତ ଜଣକୁ ଥାନାରେ ଅଟକ ରଖିଛି ପୋଲିସ। ମନ୍ଦିରରେ ଦୀର୍ଘଦିନ ଧରି ବିଶୃଙ୍ଖଳିତ କରିବା ସହ ମନ୍ଦିର ନିୟମକୁ ଉଲଂଘନ କରି ବେଆଇନ ଭାବେ ଆସୁଥିବା ଭକ୍ତଙ୍କୁ ପାଦୁକ ଚନ୍ଦନ ଦେଇ ଜୋରଜବରଦସ୍ତ ଭେଟି ଆଦାୟ କରି ଆସୁଥିଲେ।

ଏପରି ନକରିବାକୁ ଚଳିତମାସ ୧୦ତାରିଖରେ ମନ୍ଦିର ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରାଯିବା ସହ ନଟକା ଜାରି କରାଯାଇଥିଲା। ହେଲେ କିଛି ସେବାୟତ ଏହି ନିୟମ ଓ କଟକଣାକୁ ମାନି ନଥିଲେ ଅପରପକ୍ଷେ ମନ୍ଦିର ଗର୍ଭଗୃହକୁ ଭକ୍ତ ଓ ଅଣସେବାୟତଙ୍କୁ ପ୍ରବେଶ କରାଇବା ସହ ମନ୍ଦିର ବେଢା ମଧ୍ୟରେ ବେଆଇନ ଭାବେ ଭେଟି ଆଦାୟ କରିଥିଲେ ଆଜି ୧୨ଟା ସମୟରେ ଏପରି ନକରିବାକୁ କିଛି ସେବାୟତ ବାରଣ କରିବାରୁ ତପନ ପାଢୀ ଓ ତାଙ୍କ ସହଯୋଗୀ ଛୁରା ମାଡ କରିଥିଲେ। ଫଳରେ ଗଦାଧର ପାଢୀ ଗୁରୁତର ଆହାତ ହୋଇ ଏବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରିକି ଗତ ୨୩ରେ ୩୩ଜଣ ବିଶୃଙ୍ଖଳିତ ସେବାୟତଙ୍କ ନାଁରେ ମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିଲା ଧୁଷୁରୀ ଥାନାରେ ଏତଲା କରାଯାଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.