ଯାତ୍ରା ଆରମ୍ଭ ପୂର୍ବରୁ ଅଘଟଣ: ଭୁଶୁଡିଲା ତୋରଣ, ଚାପିହୋଇଗଲେ ଶତାଧିକ ଦର୍ଶକ
ସାଲେପୁର: ଯାତ୍ରା ଆରମ୍ଭ ପୂର୍ବରୁ ବଡ଼ ଅଘଟଣ । ଭୁଶୁଡିଲା ତୋରଣ, ଚାପିହୋଇଗଲେ ଶତାଧିକ ଦର୍ଶକ। ମହିଳା , ପୁରୁଷ , ବୟସ୍କ ଏମିତିକି ଛୋଟ ଛୋଟ ପିଲା ମାନେ ମଧ୍ୟ ଚାପି ହୋଇଯାଇଥିଲେ । ଯାତ୍ରା ପାର୍ଟି ସମ୍ମୁଖରେ ଥିବା ଉଚ୍ଚ ଲୁହାର ଏଣ୍ଟ୍ରି ଗେଟ୍ ଭୁଷୁଡି ପଡିବାରୁ କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡ଼ା ଠାରେ ଏହି ବଡ଼ ଦୁର୍ଘଟଣା ଘଟିଛି । ଆହତ ଓ ଗୁରୁତର ମାନଙ୍କୁ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଘଟଣା ମୁତାବକ ରାଇସୁଙ୍ଗାଡ଼ା ଶନି ପଡିଆ ଠାରେ ଶୁକ୍ରବାର ଠାରୁ ଯାତ୍ରା ରାଜାରାଣୀ ଯାତ୍ରା ମଞ୍ଚସ୍ଥ କରୁଥିଲା । ଶନିବାର ଦ୍ଵିତୀୟ ସନ୍ଧ୍ୟାରେ ନାଟକ ମଞ୍ଚସ୍ଥ ପୂର୍ବରୁ ଘଟିଥିଲା ଅଘଟଣ। ଦର୍ଶକ ଙ୍କ ଭିଡ ବି ପ୍ରବଳ ଥିଲା । ଦର୍ଶକମାନେ ଟିକେଟ ଯାଞ୍ଚ କରି ଯାତ୍ରା ସମ୍ମୁଖର ଉଚ୍ଚ ଲୁହା ଏଣ୍ଟ୍ରି ଗେଟ୍ ଦେଇ ଭିତରକୁ ପ୍ରବେଶ କରିବାକୁ ଯାଉଥିବା ବେଳେ ଲୁହା ତୋରଣଟି ଭୁଷୁଡି ପଡ଼ିଥିଲା । ଅଧିକ ଦର୍ଶକ ଏକସଙ୍ଗେ ପ୍ରବେଶ କରିବା ଦ୍ୱାରା ଗେଟଟି ଭୁଷୁଡି ପଡ଼ିଥିବା କୁହାଯାଉଛି ।