ଘଷିପୁରାରେ ଅଘଟଣ: ପାଣିରେ ବୁଡ଼ି ନାବାଳକ ମୃତ

ଆନନ୍ଦପୁର : ପାଣିରେ ବୁଡ଼ି ନାବାଳକ ମୃତ । ପୋଖରୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ୭ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ଘଷିପୁରା ଥାନା ଦରଡିପାଳ ପଞ୍ଚାୟତ ଖଳିପାଟିଆ ଗାଁରେ ଘଟିଛି ଘଟଣା । ଆଜି ସକାଳେ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ବେଳେ ପାଣିରେ ବୁଡ଼ି ଯାଇଥିଲେ । ଗ୍ରାମବାସୀ ପାଣିରୁ ଉଦ୍ଧାର କରି ସ୍ଥାନୀୟ କେଶଦୁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

 

 

ଆହୁରି ପଢ଼ନ୍ତୁ :  ରେଳ ଲାଇନରୁ ଉଦ୍ଧାର ହୋଇଛି ଯୁବକର ମୃତଦେହ, ସାରା ଅଞ୍ଚଳରେ ଖେଳିଯାଇଛି ଭୟର ବାତାବରଣ