ସାଙ୍ଗକୁ ହତ୍ୟା କରି କୂଅରେ ପକାଇବା ଘଟଣା : ମୃତକର ମୋବାଇଲ ଖୋଲିବ ହତ୍ୟାର କାହାଣୀ, ଫରେନସିକ୍‌ ଲ୍ୟାବକୁ ଗଲା ଫୋନ

ଖୋର୍ଦ୍ଧା (କେନ୍ୟୁଜ): ବାଣପୁରରେ ସାଙ୍ଗକୁ ହତ୍ୟା କରି କୂଅରେ ପକାଇବା ଘଟଣା । ମୋବାଇଲ ଫୋନରେ ରହିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ମୃତକର ମୋବାଇଲ ଖୋଲିବ ହତ୍ୟାର କାହାଣୀ । ମୋବାଇଲ ଫୋନକୁ ରାଜ୍ୟ ଫରେନସିକ୍‌ ଲ୍ୟାବକୁ ପଠାଯାଇଛି । କଲ ଡିଟେଲସ୍‌, ମୋବାଇଲରେ ଥିବା ଭିଡିଓ ଓ ଚାଟ୍‌ରୁ ମିଳିବ ହତ୍ୟା ପଛର ରହସ୍ୟ । ଏବେ ଯାଏ ମିଳିଥିବା ତଥ୍ୟରୁ ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ଓ ପ୍ରତିଶୋଧରୁ ହୋଇଥିବା କହିଛନ୍ତି ଖୋର୍ଦ୍ଧା ଏସପି ।

ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଯୁକ୍ତ ଦୁଇ ଛାତ୍ର ଆଶୁତୋଷ ମହାପାତ୍ର ଅପହରଣ ଓ ହତ୍ୟା ମାମଲାରେ କ୍ରାଇମ ସିନ ରିକ୍ରିଏସନ। ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନ ଓରଫ କାହ୍ନାକୁ ନେଇ କ୍ରାଇମ ସିନ ରିକ୍ରିଏଟ କରିଛି ପୋଲିସ। ଘଟଣାସ୍ଥଳରୁ ମୃତକ ଆଶୁତୋଷଙ୍କ ମୋବାଇଲ ଠାବ ହୋଇଛି। ପୁଅର ମୋବାଇଲକୁ ଚିହ୍ନଟ କରଛନ୍ତି ଆଶୁତୋଷଙ୍କ ବାପା। ଏକାକି ହତ୍ୟା କରିଥିବା ନେଇ ପୋଲିସ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ କାହ୍ନା। ତେବେ ସୁଦ୍ଧା ଏହି ଘଟଣାରେ ଅନେକ ରହସ୍ୟ ଉପରୁ ପର୍ଦ୍ଦା ଉଠିପାରିନାହିଁ। ଗତକାଲି କୋର୍ଟରେ ହାଜର କରିବା ପରେ ୨ଦିନ ରିମାଣ୍ଡରେ ଆଣିଥିଲା ପୋଲିସ।

ହତ୍ୟାରେ ଆଉ କେହି ପ୍ରତ୍ୟକ୍ଷ ଅବା ପରୋକ୍ଷରେ ସମ୍ପୃକ୍ତ କି, କେଉଁ ପରିସ୍ଥିତିରେ ହତ୍ୟାକାଣ୍ଡ ଘଟିଛି, ଅଭିଯୁକ୍ତ ମୃତକଙ୍କ ପରିବାରକୁ କଣ ପାଇଁ ପାଞ୍ଚ ଲକ୍ଷ ଟଙ୍କା ମାଗିଥିଲେ ଏପରି ଏକାଧିକ ବିଷୟ ଜାଣିବା ପାଇଁ ପୋଲିସ ଅଦାଲତକୁ ଅଭିଯୁକ୍ତ ଆଶୀର୍ବାଦକୁ ରିମାଣ୍ଡରେ ଆଣିଛି। ଅଭିଯୁକ୍ତ ବୟାନ ଆଧାରରେ ଅନ୍ୟ କିଛି ଲୋକଙ୍କୁ ଥାନାକୁ ଡାକି ପଚରାଉଚରା କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.