ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ଶିକ୍ଷକଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ

ଯାଜପୁର : ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ । ଯାଜପୁର ପୋସ୍କୋ ସ୍ବତନ୍ତ୍ର କୋର୍ଟ ବିଚାରପତି ଅଭିଜିତ ପଲାଇ ଦଣ୍ଡାଦେଶ ଶୁଣାଇଛନ୍ତି । ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳର ଶିକ୍ଷକ ମୋହନ ଭୂୟାଁ । ସେ ଗତ ୨୦୨୦ ମସିହାରେ ଏକ ବିଦ୍ୟାଳୟ ପରିସରରେ ଟିୟୁସନ କରୁଥିଲେ । ଟିୟୁସନ ସାରିବା ପରେ ୨ଜଣ ଛାତ୍ରୀଙ୍କୁ ଭିନ୍ନ ଭିନ୍ନ ଦିନରେ ଅଟକାଇ ଦୁଷ୍କର୍ମ କରିଥିଲେ । ଏନେଇ ପାଣିକୋଇଲି ଥାନାରେ ଉଭୟ ପୀଡ଼ିତାଙ୍କ ପରିବାର ପୃଥକ ୨ଟି ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।
ଗତ ଡିସେମ୍ବର ମାସ ୨୬ରେ ଗୋଟିଏ ମାମଲାର ଶୁଣାଣିରେ ଅଭିଯୁକ୍ତ୨୦ବର୍ଷ ଦଣ୍ଡ ଭୋଗୁଥିବା ବେଳେ ଏବେ ଅନ୍ୟ ଏକ ମାମଲାର ଶୁଣାଣି କରିଛନ୍ତି ସ୍ବତନ୍ତ୍ର ପୋସ୍କୋ ଅଦାଲତ । ୧୬ଜଣଙ୍କ ସାକ୍ଷ୍ୟକୁ ଗ୍ରହଣ କରି ଅଭିଯୁକ୍ତଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧ ଲକ୍ଷ ୫୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି । ଏଥିସହ ଅନାଦୟ ୧୮ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତାଙ୍କୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।