ଦ୍ଵିତୀୟ ଦିନରେ ବି ବ୍ରଜ ଦାସଙ୍କ ଘରେ ଚାଲିଛି ରେଡ୍, କାଲି ୪୪ଟି ସ୍ଥାନରେ ଏକକାଳୀନ ହୋଇଥିଲା ଚଢାଉ

ସମ୍ବଲପୁର : ଆଜି ଦ୍ଵିତୀୟ ଦିନରେ ବି ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଚାଲିଛି ଆଇଟି ରେଡ୍ । ନବଙ୍କ ବଡଭାଇ ବ୍ରଜ ଦାସଙ୍କ ଘରେ ଆୟକର ଫାଙ୍କିବା ଅଭିଯୋଗରେ ରେଡ ହୋଇଛି ।  ସମ୍ବଲପୁର ସ୍ଥିତ ଘର ଓ ଅଫିସ ଏବଂ ବ୍ରଜ ଦାସଙ୍କ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ ବି ଚଢାଉ ଜାରି ରହିଛି । ଟିକସ ଠକେଇ ଅଭିଯୋଗରେ କାଲି ୪୪ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଆୟକର ବିଭାଗ । ଆୟକର ଫାଙ୍କିବା ନେଇ ଯାଞ୍ଚକାରୀ ଦଳ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ତଥ୍ୟ ହସ୍ତଗତ ହୋଇଥିବା ଜଣାପଡ଼ିଛି ।

ତେବେ ଗତକାଲି ୧୦ଟି ଗାଡିରେ ଆୟକର ବିଭାଗର ଅଧିକାରୀମାନେ ଆସି ସକାଳ ୬ଟାରୁ ବ୍ରଜଙ୍କ ସମ୍ବଲପୁର ଘରେ ଯାଞ୍ଚ କରୁଥିବା ଜଣାପଡିଛି  । ୪ ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ଆଇଟି ରେଡ୍ ହୋଇଥିଲା । ତେବେ ରେଡ୍‌ ବେଳେ ବ୍ରଜଙ୍କ ଘରେ କ’ଣ ସବୁ ମିଳିଥିଲା, ତାହା ଜଣାପଡ଼ି ନଥିଲା । ଏହା ଦ୍ବିତୀୟ ବାର ରେଡ୍ ହେଉଛି । ତେଣୁ ବ୍ରଜଙ୍କ ଉପରେ କିଛି ବଡ ଧରଣର ଅଭିଯୋଗ ରହିଥିବା ଅନୁମାନ କରାଯାଉଛି  ।

You might also like