ବଢ଼ିଲା ପାରାଦ୍ବୀପ ବନ୍ଦର ସୁରକ୍ଷା: ସବୁ ଜାହାଜ ଉପରେ ନଜର, ପାଟ୍ରୋଲିଂ କଡ଼ାକଡ଼ି

ପାରାଦୀପ: ପାରାଦୀପରେ ହାଇ ଆଲର୍ଟ । ବଢ଼ିଲା ପାରାଦ୍ବୀପ ବନ୍ଦର ସୁରକ୍ଷା । ଉତ୍ତେଜନାକୁ ଦୃଷ୍ଟିରେ ରଖି ବଢ଼ିଲା ବନ୍ଦର ସୁରକ୍ଷା । ଏନେଇ ସୂଚନା ଦେଲେ ପାରାଦ୍ବୀପ ପୋର୍ଟ ଅଧ୍ୟକ୍ଷ । ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଯାଇଛି । ସୁରକ୍ଷା ସ୍ତର ବୃଦ୍ଧି ସହ ସବୁ ଜାହାଜ ଉପରେ ନଜର ରଖାଯାଇଛି । ସୁରକ୍ଷା କର୍ମୀ ସଂଖ୍ୟା ବୃଦ୍ଧି କରାଯିବା ସହ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।

ସେହିପରି ଭାରତ-ପାକିସ୍ତାନ ଉତ୍ତେଜନାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ ଅଞ୍ଚଳ ବୁଲିବା ଉପରେ ରୋକ ଲଗାଯାଇଛି । ଆଜିଠାରୁ ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ୍‍ ବୁଲିବା ମନା ହୋଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଯବାନ ମୁତୟନ ହୋଇଛନ୍ତି । ସେପଟେ କେନ୍ଦ୍ରାପଡା ଜିଲାରେ ଥିବା ଲାଇଟ୍‍ହାଉସକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।  ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

 

ଆହୁରି ପଢ଼ନ୍ତୁ : ହୀରାକୁଦ ଓ କେନ୍ଦ୍ରାପଡାରେ ବଢିଲା ସୁରକ୍ଷା, ପର୍ଯ୍ୟଟକଙ୍କୁ ମନା