ହୀରାକୁଦ ଓ କେନ୍ଦ୍ରାପଡାରେ ବଢିଲା ସୁରକ୍ଷା, ପର୍ଯ୍ୟଟକଙ୍କୁ ମନା

ସମ୍ବଲପୁର/ କେନ୍ଦ୍ରାପଡା : ସମ୍ବଲପୁର ହୀରାକୁଦରେ ବଢିଲା ସୁରକ୍ଷା ବ୍ୟବସ୍ଥା । ଭାରତ-ପାକିସ୍ତାନ ଉତ୍ତେଜନାକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମ ଅଞ୍ଚଳ ବୁଲିବା ଉପରେ ରୋକ ଲଗାଯାଇଛି । ଆଜିଠାରୁ ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ୍ ବୁଲିବା ମନା ହୋଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଯବାନ ମୁତୟନ ହୋଇଛନ୍ତି । ସେପଟେ କେନ୍ଦ୍ରାପଡା ଜିଲାରେ ଥିବା ଲାଇଟ୍ହାଉସକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।
ଆହୁରି ପଢ଼ନ୍ତୁ : ଭୁବନେଶ୍ବର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମିଳିଛି ସନ୍ଦିଗ୍ଧ ବ୍ୟାଗ୍