ଲଗାଣ ବର୍ଷାରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି: ଫୁଲିବାରେ ଲାଗିଛି ମହାନଦୀ, ବିପଦ ସଙ୍କେତ ଉପରେ ଜଳକା
ଜଳେଶ୍ବର(କେନ୍ଯୁଜ୍): ଫୁଲୁଛି ମହାନଦୀ। ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି। ମହାନଦୀ, ବ୍ରାହ୍ଣଣୀ, ବୈତରଣୀ, ଋଷିକୂଲ୍ୟା, ବଂଶଧାରା ସମେତ ମହାନଦୀର ସମସ୍ତ ଶାଖା ନଦୀରେ ଜଳସ୍ତର ବଡିବାରେ ଲାଗିଛି। ମହାନଦୀ ତଳମୁଣ୍ଡରେ ଲଗାଣ ବର୍ଷା ଚାଲିଥିବାବେଳେ ଉପରମୁଣ୍ଡ ଛତିଶଗଡ଼ରେ ବି ପ୍ରବଳରୁ ଅତିପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି।
ଜଳକାର ଜଳସ୍ତର ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଜଳସ୍ତର ବୃଦ୍ଧି ପାଇ ସକାଳ ୬ଟା ସୁଦ୍ଧା ୬.୦୬ ମିଟରରେ ପ୍ରବାହିତ ହେଉଛି। ବୈତରଣୀରେ ଜଲସ୍ତର ବୃଦ୍ଧି ପାଇ ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ଥିବାବେଳେ ବର୍ତ୍ତମାନ ଏଠାରେ ୧୭.୬୦ ଉପରେ ଜଳ ପ୍ରବାହିତ ହେଉଛି।