ବାରବାଟୀ ଦିନିକିଆ କ୍ରିକେଟ ପାଇଁ ଆଜିଠୁ ବିକ୍ରି ହେବ ଅନ୍ ଲାଇନ୍ ଟିକେଟ, ଅପରାହ୍ନ ଚାରିଟାରୁ ଟିକେଟ ହେବ ଉପଲବ୍ଧ

କଟକ : ବାରବାଟୀ ଦିନିକିଆ କ୍ରିକେଟ ପାଇଁ ଆଜିଠୁ ବିକ୍ରି ହେବ ଅନ୍ ଲାଇନ୍ ଟିକେଟ । ଅପରାହ୍ନ ଚାରିଟାରୁ ଉପଲବ୍ଧ ହେବ ଅନଲାଇନ୍ ଟିକେଟ । ଅନଲାଇନ୍ ମୋଡରେ ବିକ୍ରି ହେବ ମୋଟ ୪ ହଜାର ଟିକେଟ । ଆସନ୍ତା ୭,୮ ଓ୯ ତାରିଖରେ ଅନଲାଇନ୍ ବୁକ୍ କରିଥିବା ବ୍ୟକ୍ତି ମାନେ ଟିକେଟ ସଂଗ୍ରହ କରି ପାରିବେ ।
କଟକ କେମ୍ବ୍ରିଜ ସ୍କୁଲ ଓ ଭୁବନେଶ୍ଵର କିଟ୍ ବିଶ୍ଵବିଦ୍ୟାଳୟ ପରିସର କାଉଣ୍ଟରରୁ ସଂଗ୍ରହ କରିବେ ଅନଲାଇନ୍ ବୁକିଂର ହାର୍ଡ କପି । ୭-୮ ତାରିଖ ଦୁଇ ଦିନ ପୂର୍ବାହଣ ୧୦ ଟା ରୁ ୪ ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ। ୯ ତାରିଖ ଦିନ ସକାଳ ୭ ଟା ରୁ ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବ କାଉଣ୍ଟର । ଏହି ଦୁଇଟି ସ୍ଥାନରେ ତିନିଟି ଲେଖାଏଁ କାଉଣ୍ଟର ରହିବ । ଫେବୃଆରୀ ୩ ଓ ୪ ତାରିଖରେ ଅନୁବନ୍ଧିତ ସଂଘ ଗୁଡ଼ିକୁ ଟିକେଟ ବିକ୍ରି କରାଯିବ।
ଆସନ୍ତା ୫ ଓ ୬ ତାରିଖ ଦୁଇ ଦିନ ସାଧାରଣ ଦର୍ଶକଙ୍କ ପାଇଁ ୧୯ ହଜାରରୁ ୨୦ ହଜାର ଅଫଲାଇନ୍ ଟିକେଟ୍ ମିଳିବ। ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଢେଇ ହେବ ।
Also read:ଫେବ୍ରୁଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ, ୫ ଓ ୬ ରେ କାଉଣ୍ଟରରେ ଏବଂ ୨ ରେ ଅନଲାଇନରେ ଟିକେଟ ବିକ୍ରି