ଯାଜପୁରରେ କରୋନା କଟକଣା ମଧ୍ୟରେ ପାଳିତ ହେଲା ୭୪ତମ ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ

ଯାଜପୁର ଟାଉନ୍: ଯାଜପୁରରେ କରୋନା କଟକଣା ମଧ୍ୟରେ ୭୪ ତମ ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଏହି ଉତ୍ସବରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶର ସ୍ୱାଧିନତା ସଂଗ୍ରାମରେ ଯାଜପୁର ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ମନେ ପକାଇଥିଲେ ।

ଜିଲ୍ଲାର ଐତିହ୍ୟ ଓ କଳା ଏବଂ ସଂସ୍କୃତି କେବଳ ରାଜ୍ୟ ନୁହେଁ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଦେଶ ସ୍ୱାଧିନତାର ୭୪ ବର୍ଷ ପରେ ଅନେକ କିଛି ପ୍ରଗତି ହୋଇଛି । ରାଜ୍ୟ ସରକାର ସବୁ ବର୍ଗର ଉନ୍ନତି ପାଇଁ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ଦେଶର ସ୍ୱାଧିନତା ସଂଗ୍ରାମ ପାଇଁ ଆନ୍ଦୋଳନ କରିଥିବା ସେହି ମହାପୁରୁଷ ମାନଙ୍କ ତ୍ୟାଗ ଓ ବଳିଦାନ କୁ ଦେଶ ତଥା ଜାତି ସବୁଦିନ ମନେ ରଖିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଥିଲେ । ଏହି ଅବସରରେ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ, ଏସ ପି ଚରଣ ସିଂ ମିନାଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.