ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ‘ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ଲ’, ନିର୍ମାଣ ପାଇଁଁ ଆବଶ୍ୟକ ଜମି ଯୋଗାଇଦେବ କିଟ୍‌

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ଓ ବାର କାଉନସିଲ ଅଫ ଇଣ୍ଡିଆ- ବିସିଆଇ ସହଭାଗିତାରେ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ‘ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ଲ’ । ଆଇନ ଶିକ୍ଷା ଓ ବୃତ୍ତିର ପ୍ରୋତ୍ସାହନ, ଆଇନ କ୍ଷେତ୍ରରେ ସଂସ୍କାର, ଗବେଷଣା ଓ ସାମାଜିକ ତାଲିମର ବିକାଶ ପାଇଁ ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆ ଟ୍ରଷ୍ଟ ପକ୍ଷରୁ IIL ପ୍ରତିଷ୍ଠା କରାଯିବ । ଏହା ନିରନ୍ତର ଆଇନ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ମଡେଲ ।

bci meet

ଇନଷ୍ଟିଚ୍ୟୁଟ ଅଫ୍‌ ‘ଲ ଟିଚର୍ସ ଟ୍ରେନିଂ ଓ ରିସର୍ଚ୍ଚ’ ଭାବେ କାର୍ଯ୍ୟ କରିବ । ତେବେ ଏହି IIL ନିର୍ମାଣ ପାଇଁଁ କିଟ୍‌ ଆବଶ୍ୟକ ଜମି ଯୋଗାଇଦେବ । ଦେଢ଼ ଲକ୍ଷ ବର୍ଗଫୁଟ ଜମିରେ ହେବ ନିର୍ମାଣ । ଭିତ୍ତିଭୁମି ନିର୍ମାଣର ୪୦ ପ୍ରତିଶତ ଖର୍ଚ୍ଚ ବହନ କରିବ କିଟ୍‌ । ପ୍ରାଥମିକ ପର୍ଯ୍ୟାୟରେ ୫ଟି ବିଭାଗ କାର୍ଯ୍ୟ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.