ଇଣ୍ଡିଆ ସ୍କିଲ୍‌ ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା , ୪ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ଜିତିଛି ଓଡିଶା

ଭୁବନେଶ୍ବର(କେନ୍ୟୁଜ୍) : ରାଷ୍ଟ୍ରୀୟସ୍ତରର ଦକ୍ଷତା ପ୍ରତିଯୋଗିତା ବା ଇଣ୍ଡିଆ ସ୍କିଲ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ଅକ୍ଟୋବର ୩ରୁ ୫ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ସ୍କିଲ ୨୦୧୮ରେ ଓଡିଶା ୪ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ହାସଲ କରିଛି । ଏହା ବ୍ୟତୀତ ପ୍ରତିଯୋଗିତାରେ ଓଡ଼ିଶାର ଦୁଇ ଜଣ ପ୍ରତିଯୋଗୀଙ୍କୁ ଦୁଇଟି କମେଣ୍ଡେସନ ଫର ଏକ୍ସଲେନ୍ସ ମିଳିଥିଲା । ରେଷ୍ଟୁରାଣ୍ଟ ସର୍ଭିସରେ ଅନୁପ କୁମାର ଭାରତୀ,ସିଏନ୍‌ସି ଟର୍ଣ୍ଣିଙ୍ଗରେ ହେମନ୍ତ ଟୁଡୁ, ଏମ-କାଡରେ ଜ୍ଞାନ ରଞ୍ଜନ ମୁଦୁଲି ଓ ଓ୍ଵାଟର ଟେକ୍ନଲୋଜିରେ ଅଶ୍ୱଥ ନାରାୟଣ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଏଥିରେ ପ୍ରଥମ ଥର ପାଇଁ ରାଜ୍ୟର ୧୪ଟି ଅନୁଷ୍ଠାନର ୨୧ ଟ୍ରେଡରେ ୩୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।

skllସର୍ବ ଭାରତୀୟ ସ୍ତରରେ ମହାରାଷ୍ଟ୍ର ପରେ ଗୋଟିଏ ମେଡାଲ ବ୍ୟବଧାନରେ ଓଡିଶା ଦ୍ୱିତୀୟ ସ୍ଥାନରେ ରହିଥିଲା । ବିଜୟୀ ପ୍ରତିଯୋଗୀମାନେ ଦେଶ ତଥା ବିଦେଶର ଉତ୍କଷ୍ଟ ତାଲିମ ଅନୁଷ୍ଠାନରେ ତାଲିମ ନେଇ ଋଷର କାଜାନ ସହରରେ ହେବାକୁ ଥିବା ୪୫ ତମ ଓ୍ଵାର୍ଲଡ୍‌ ସ୍କିଲ୍‌ ପ୍ରତିଯୋଗୀତାରେ ଭାରତର ପ୍ରତିନିଧିତ୍ୱ କରିବେ । ଏହା ସହ ସରକାରୀ ପଲିଟେକନିକରେ ସଦ୍ୟ ନିଯୁକ୍ତି ପାଇଥିବା ୨୧୬ଜଣ ଅଧ୍ୟାପକଙ୍କୁ ସ୍ୱାଗତ ଜଣାଇବା ସହ ସ୍କିଲ୍ଡ ଇନ୍‌ ଓଡ଼ିଶା ମିଶନକୁ ସଫଳ କରିବାରେ ଅଂଶଗ୍ରହଣ କରିବା ପାଇଁ ଅନୁପ୍ରାଣିତ କରିଥିଲେ । କାର‌୍ୟ୍ୟକ୍ରମରେ ମନ୍ତ୍ରୀ ଉଷା ଦେବୀ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବକ୍ତି ଉପସ୍ଥିତ ଥିଲେ ।