ମେ ଫେୟାର ହୋଟେଲରୁ ବାହାରି ବାରବାଟୀରେ ପହଞ୍ଚିଲେ ଉଭୟ ଟିମ୍, ରାସ୍ତାର ଦୁଇ ପାର୍ଶ୍ବରେ ଫ୍ୟାନଙ୍କ ଭିଡ

ଭୁବନେଶ୍ୱର : ବାରବାଟୀରେ ପହଞ୍ଚିଲେ ଉଭୟ ଟିମ୍ । ଭୁବନେଶ୍ବର ମେ ଫେୟାର ହୋଟେଲରୁ ବାହାରି ଦୁଇଟି ଟିମ୍ ଷ୍ଟାଡିୟମରେ ପହଞ୍ଚିଛନ୍ତି । ପ୍ରଥମେ ହୋଟେଲରୁ ବାହାରି ବାରବାଟୀ ଅଭିମୁଖେ ବାହାରିଥିଲେ ଇଂଲଣ୍ଡର ଖେଳାଳି । ପରେ ପରେ ବାହାରିଲେ ଟିମ୍ ଇଣ୍ଡିଆର ଖେଳାଳି । ଦୁଇ ଦଳର ଖେଳାଳିଙ୍କୁ ଦେଖିବାକୁ ଭୁବନେଶ୍ବରରୁ କଟକ ମଧ୍ୟରେ ଥିବା ରାସ୍ତା କଡରେ କ୍ରିକେଟ୍ ପ୍ରେମୀଙ୍କ ଭିଡ ଜମାଇଛନ୍ତି । ଟିମ୍ ଇଣ୍ଡିଆର ଖେଳାଳିଙ୍କ ଝଲକ ପାଇବା ପାଇଁ ଲାଗିଛି ଭିଡ ।
ଅନ୍ୟପଟେ ଆଜି ସୁପର୍ ସଣ୍ଡେରେ ହେବ ସୁପରସୋ ମୁକାବିଲା । ଛକା, ଚୌକା ବର୍ଷା ଭିତରେ ହାଇସ୍କୋରିଂ ମ୍ୟାଚ୍ ଆଶା ରହିଛି । ଆଜି ମ୍ୟାଚ ଜିତି ଭାରତ ୱାନଡେ ସିରିଜ କବ୍ଜା କରିବାକୁ ଲକ୍ଷ୍ୟ ରଖିଛି । ଦିନ ସାଢେ ଗୋଟାଏରେ ଖେଳାଯିବ ମ୍ୟାଚ୍ । ପୂର୍ବରୁ ଏଠାରେ ଭାରତୀୟ ଦଳ ମୋଟ ଉପରେ ୧୭ ଏକଦିବସୀୟ ମ୍ୟାଚ୍ ଖେଳିଥିଲା ବେଳେ ୧୩ଟି ମ୍ୟାଚ୍ ଜିତିଛି । ମାତ୍ର ୪ଟି ହାରିଛି । ୨୦୧୯ ମସିହାରେ ଭାରତ ଶେଷ ଥର ପାଇଁ ଏଠାରେ ୱେଷ୍ଟଇଣ୍ଡିଜ୍କୁ ଭେଟିଥିଲା । ଏଥର ମଧ୍ୟ ଭାରତ ସେହି ସଫଳତା ଦୋହରାଇ ଇଂଲଣ୍ଡ ବିପକ୍ଷରେ ବାରବାଟୀରେ ହିଁ ଶୃଙ୍ଖଳା ବିଜୟର ସଫଳତା ଛୁଇଁବ ବୋଲି ପ୍ରଶଂସକ ଆଶା ରଖିଛନ୍ତି ।
ଆହୁରି ପଢ଼ନ୍ତୁ : ବାରବାଟୀରେ ଡୁପ୍ଲିକେଟ୍ କୋହଲିଙ୍କୁ ଦେଖିବାକୁ ପାଇଁ ପ୍ରବଳ ଭିଡ଼, ଦେଖିଲେ ଆଖି ଖାଇଯିବ ଧୋକା