ଇଣ୍ଡିଆ ବନାମ ଇଂଲଣ୍ଡ ମ୍ୟାଚ୍ ଟିକେଟ ବ୍ଲାକ ଘଟଣା, ୭ ଗିରଫ

କଟକ : କଟକ ବାରବାଟିରେ ଇଣ୍ଡିଆ ବନାମ ଇଂଲଣ୍ଡ ମ୍ୟାଚ୍ ଟିକେଟକୁ ବ୍ଲାକରେ ବିକ୍ରି ଘଟଣାରେ ମୋଟ ୭ ଜଣଙ୍କୁ ଗିରଫ କରିଛି କଟକ କମିଶନରେଟ୍ ପୋଲିସ । ଦରଘା ବଜାର ଓ କ୍ୟାନ୍ଟନ୍ ମେଣ୍ଟ ଥାନାରେ ଚାରୋଟି ମାମଲା ରୁଜୁ କରାଯାଇ ଅଫ୍ ଲାଇନରେ ଟିକେଟ ବିକ୍ରି କରୁଥିବା ବେଳେ ୭ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ନିକଟରୁ ୩୦ ହଜାର ଟଙ୍କା ଓ ୨୫ ଟି ଟିକେଟ ମଧ୍ୟ ଜବତ୍ କରାଯାଇଛି ।

ଏହା ସହ ସୋସିଆଲ ମିଡିଆରେ ଟିକେଟ ବ୍ଲାକ କରାଯାଉଥିବା ଘଟଣା ଉପରେ ମଧ୍ୟ ସାଇବର ଥାନା ପୋଲିସ ନଜର ରଖିଛି । ଏଭଳି କାର୍ଯ୍ୟ କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।  ସେହିଭଳି ବିନା ଟିକେଟ ଖେଳ ସମୟରେ ପଡ଼ିଆରେ ପ୍ରବେଶ କରିଥିବା କିମ୍ବା ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି ଜଗମୋହନ ମୀନା ।