ଜୁନିଅର ହକି ବିଶ୍ୱକପ୍‌ : ପ୍ରଥମ ମ୍ୟାଚର ପରାଜୟ ପରେ ଦ୍ୱିତୀୟ ମ୍ୟାଚରେ ଭାରତର ଜବରଦସ୍ତ କମ୍‌ବ୍ୟାକ

କେନ୍ୟୁଜ୍(ବ୍ୟୁରୋ):  ପ୍ରଥମ ମ୍ୟାଚର ପରାଜୟ ପରେ ଦ୍ୱିତୀୟ ମ୍ୟାଚରେ ଜବରଦସ୍ତ କମ୍‌ବ୍ୟାକ । ଜୁନିଅର ହକି ବିଶ୍ୱକପ୍‌ର ଦ୍ୱିତୀୟ ଦିନର ଶେଷ ମ୍ୟାଚରେ କାନାଡା ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି ଭାରତ । ୧୩-୧ ଗୋଲର ବଡ଼ ବ୍ୟବଧାନରେ କାନଡାକୁ ହରାଇଛି ଭାରତ । ଫଳରେ ଭାରତର କ୍ୱାର୍ଟର ଫାଇନାଲରେ ଆଶା ଉଜ୍ଜୀବିତ ହୋଇଛି । ୫୫ ମିନିଟରେ ଭାରତକୁ ୧୨ ତମ ଗୋଲ ଦେଇଥିଲେ ଓଡ଼ିଆ ଖେଳାଳି ଅଭିଷେକ । ଅର୍ଜିତ ସିଂହ ହୁଣ୍ଡାଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପ୍ରଦାନ କରାଯାଇଛି । ଭାରତର ପରବର୍ତ୍ତୀ ମ୍ୟାଚ ପୋଲାଣ୍ଡ ବିପକ୍ଷରେ ଆସନ୍ତା ଶନିବାର ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.