ପ୍ରୋ ଲିଗ ମହିଳା ହକି, ୩-୨ରେ ଇଂଲଣ୍ଡକୁ ହରାଇଲା ଭାରତ

୩-୨ରେ ଇଂଲଣ୍ଡକୁ ହରାଇଲା ଭାରତ। କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ପ୍ରୋ ଲିଗ ମହିଳା ହକିର ଆଜି ପ୍ରଥମ ଦିନର ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତ ଇଂଲଣ୍ଡ । ଇଂଲଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି ଭାରତ । ପ୍ରଥମରୁ ଭାରତୀୟ ଟିମ୍ ଆକ୍ରମଣାତ୍ମକ ଖେଳିଥିଲା । ପ୍ରଥମ କ୍ବାର୍ଟରର ୬ ମିନିଟରେ ଭାରତ ପେନାଲଟିକ କର୍ଣ୍ଣରରେ ପ୍ରଥମ ଗୋଲ ଦେଇଥିଲା । ଦ୍ୱିତୀୟ କ୍ବାର୍ଟରରେ ଇଂଲଣ୍ଡ ଗୋଟିଏ ଗୋଲ ଦେଇ ସ୍ଥିତି ବରାବର କରିଥିଲା । ମ୍ୟାଚ୍ ର ଶେଷ କ୍ବାର୍ଟର ନିର୍ଣ୍ଣାୟକ ହୋଇଥିଲା । ୩-୨ରେ ବିଜୟୀ ହୋଇଥିଲା ଭାରତ । ଓଡ଼ିଆ ଝିଅ ସୁନେଲିତା ଟପ୍ପୋ ଏକ ମାତ୍ର ଓଡ଼ିଆ ଖେଳାଳି ଭାବେ ଟିମରେ ସ୍ଥାନ ପାଇଛନ୍ତି ।