ପ୍ରାଶାସନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ : ୮ ଜିଲ୍ଲାପାଳଙ୍କ ବଦଳି

ଭୁବନେଶ୍ବର : ପ୍ରାଶାସନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ । ୮ ଜିଲ୍ଲାପାଳ ସହ ଉତ୍ତରାଞ୍ଚଳ ଆରଡିସିଙ୍କ ବଦଳି ହୋଇଛି । ମହେନ୍ଦ୍ର କୁମାର ମଲ୍ଲିକ ହେଲେ ଉତ୍ତରାଞ୍ଚଳ ଆରଡିସି । କେନ୍ଦ୍ରାଞ୍ଚଳ ଆରଡିସିର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ ମହେନ୍ଦ୍ର କୁମାର । ଉତ୍ତରାଞ୍ଚଳ ଆରଡିସି ଥିବା ଡି.ଭି.ସ୍ୱାମୀଙ୍କୁ ଏମ୍ପ୍ଲଏମେଣ୍ଟ କମିଶନର କମ୍ ଡାଇରେକ୍ଟର ଦାୟିତ୍ୱ ଦିଆଯାଇଛି । ଏହାସହ ସେ ଦକ୍ଷତା ବିକାଶ ପ୍ରାଧିକରଣର ସିଇଓ ହୋଇଛନ୍ତି । ଆଠ ଜିଲ୍ଲାର ଜିଲ୍ଲାପାଳ ବଦଳିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ହୋଇଛନ୍ତି ଦାଶରଥି ଶତପଥୀ । ମଧୂସୁଦନ ମିଶ୍ରଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି । ପୁରୀ ଜିଲ୍ଲାପାଳ ଥିବା ଅରବିନ୍ଦ ଅଗ୍ରୱାଲଙ୍କୁ କଟକ ଜିଲ୍ଲାପାଳ କରାଯାଇଛି । ପୁରୀ ଜିଲ୍ଲାପାଳ ହୋଇଛନ୍ତି ଜ୍ୟୋତିପ୍ରକାଶ ଦାସ । ଦେବଗଡ଼ ଜିଲ୍ଲାପାଳ ହୋଇଛନ୍ତି ସୁଧାଂଶୁ ମୋହନ ସାମଲ । ଗଞ୍ଜାମରେ କୁଲଙ୍ଗା ବିଜୟ ଅମୃତ, କଳାହାଣ୍ଡିରେ ଜି.ପରାଗ ହର୍ସଦ ଓ ବୌଦ୍ଧରେ ସୀତାଂଶୁ କୁମାର ରାଉତଙ୍କୁ ଜିଲ୍ଲାପାଳ କରାଯାଇଛି ।

ଗିରିଶ ଏସ୍.ଏନ୍. ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ଏମ୍ଡି, ନୀତିନ ଭାନୁଦାସ ଜାୱଲେ ଶିଳ୍ପ ବିଭାଗର ଅତିରିକ୍ତ ସଚିବ, ପ୍ରଶାନ୍ତ କୁମାର ସେନାପତି ପଶୁ ସମ୍ପଦ ବିଭାଗ ନିର୍ଦ୍ଦେଶକ, ରାଜେଶ ପ୍ରଭାକର ପାଟିଲ ପର୍ୟ୍ୟଟନ ନିର୍ଦ୍ଦେଶକ, ସୁଶାନ୍ତ ମହାପାତ୍ର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶକ ହୋଇଛନ୍ତି । ଅମରେନ୍ଦ୍ର କୁମାର ପଟ୍ଟନାୟକ ବୟନିକାର ପରିଚାଳନା ନିର୍ଦ୍ଦେଶକ, ଏମ୍.ମୁଥୁକୁମାର ଉଦ୍ୟାନକୃଷି ନିର୍ଦ୍ଦେଶକ, ବିଜୟ କେତନ ଉପାଧ୍ୟୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ହୋଇଛନ୍ତି । ସେହିପରି ପ୍ରେମଚନ୍ଦ୍ର ଚୌଧୁରୀ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ, ରେଘୁ. ଜି ଜଳ ସମ୍ପଦ ବିଭାଗ ଉପସଚିବ ଓ ଅବୋଲି ସୁନିଲ ନର୍ଭାନେଙ୍କୁ ପିଏ ଆଇଟିଡିଏ ଦାୟିତ୍ୱ ଦିଆଯାଇଛି । ଶ୍ରୀକାନ୍ତ ପୃଷ୍ଟିଙ୍କୁ ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଓ ଅଞ୍ଜନ କୁମାର ମଣିକଙ୍କୁ ଶ୍ରମ କମିଶନର ଦାୟିତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.