ବାରବାଟୀରେ କ୍ରିକେଟ ଖେଳିବେ ନାମୀଦାମୀ ଭାରତୀୟ ଫିଲ୍ମ ଷ୍ଟାର

 କଟକ : ଫେବୃଆରୀ ୧୬ରେ ଆୟୋଜିତ ହେବାକୁ ଥିବା ସେଲିବ୍ରିଟି କ୍ରିକେଟ ଲିଗ୍ ରେ ଖେଳିବେ ଷ୍ଟାର, ସୁପର ଷ୍ଟାର ।  ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସି ସି ଏଲ ପକ୍ଷରୁ ଏହି ସୂଚନା ଦିଆଯାଇଛି ।  ବେଙ୍ଗଲ ସେଲିବ୍ରିଟି କ୍ରିକେଟ ର କଟକ ବାରବାଟୀ ହୋମ ଗ୍ରାଉଣ୍ଡ ହେବ ବୋଲି ଟିମ୍ ଓନର ବୋନି କପୁର ଘୋଷଣା କରିଛନ୍ତି ।

ବେଙ୍ଗଲର ମୁକାବିଲା ମୁମ୍ବାଇ ଷ୍ଟାର ଟିମ୍ କୁ ଭେଟିବ । ଅର୍ଜୁନ କପୂର୍, ସୋହେଲ ଖାଁ, ସୋନୁ ସୁଦ୍, ମିକା ସିଂ, ଆୟୁଷ୍ମାନ ଖୁରାନା, ରିଦେଶ ଦେଶମୁଖ, ଜାହ୍ନବୀ କପୁର ଭଳି ଷ୍ଟାର ମାନେ ଖେଳୁଥିବାର ଦର୍ଶକ ଦେଖିବେ । ଫେବୃଆରୀ ୧୧ ରୁ ବାରବାଟୀ ରେ ଟିକେଟ ମିଳିବା ଆରମ୍ଭ ହୋଇଛି । ଏହାଛଡା ରେଲୱେ ଷ୍ଟେସନ, ବିମାନ ବନ୍ଦର, ବସ ଷ୍ଟାଣ୍ଡ ରେ ବି ଟିକେଟ ମିଳିବ ।

୧୬ରେ ପଞ୍ଜାବ ଦ ଶେର ଓ ଭୋଜପୁରୀ ଦବଙ୍ଗ ଟିମ୍ ମଧ୍ୟରେ ଗୋଟିଏ ମ୍ୟାଚ ଓ ମୁମ୍ବାଇ ହିରୋ ଏବଂ ବେଙ୍ଗଲ ଟାଇଗର୍ସଙ୍କ ମଧ୍ୟରେ ଆଉ ଗୋଟିଏ ମ୍ୟାଚ ହେବ ।  ବେଙ୍ଗଲ ର ମୁକାବିଲା ମୁମ୍ବାଇ ଷ୍ଟାର ଟିମ୍ କୁ ଭେଟିବ । ଅର୍ଜୁନ କପୂର୍, ସୋହେଲ ଖାଁ, ସୋନୁ ସୁଦ୍, ମିକା ସିଂ, ଆୟୁଷ୍ମାନ ଖୁରାନା, ରିଦେଶ ଦେଶମୁଖ, ଜାହ୍ନବୀ କପୁର ଭଳି ଷ୍ଟାରମାନେ ଖେଳୁଥିବାର ଦର୍ଶକ ଦେଖିବେ ।

Also read: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ବୋନି କପୁର ଏବଂ ଅଭିନେତା ଅର୍ଜୁନ କପୁର