କ୍ରୀଡ଼ା କ୍ଷେତ୍ରରେ ଆଉ ପାଦେ ଆଗରେ,କିଟ୍‌ ଓ କିସରେ ହେବ ଦେଶର ପ୍ରଥମ ଚେସ୍‌ ଏକାଡେମୀ

କେନ୍ୟୁଜ୍(ବ୍ୟୁରୋ):  କିଟ୍‌ ଓ କିସରେ ହେବ ଦେଶର ପ୍ରଥମ ଚେସ୍‌ ଏକାଡେମୀ । କିଟ୍‌ ଓ କିସରେ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ଆବାସିକ ଚେସ୍‌ ଏକାଡେମୀ ପ୍ରତିଷ୍ଠା ହେବ । ଗୁରୁବାର ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ସର୍ବଭାରତୀୟ ଚେସ୍‌ ସଂଘର କେନ୍ଦ୍ରୀୟ ପରିଷଦ ଓ ସାଧାରଣ ପରିଷଦ ବୈଠକରେ ଦେଶର ଏକମାତ୍ର ତଥା ପ୍ରଥମ ଚେସ୍‌ ଏକାଡେମୀ ପ୍ରତିଷ୍ଠା କରାଯିବା ନେଇ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ଶହେ ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରହଣ କରାଯିବ । ସମ୍ପୂର୍ଣ୍ଣ ଆବାସିକ ଭାବେ ଏଠାରେ ରହି ଶିକ୍ଷା ଗ୍ରହଣ ସହ ଚେସ୍‌ ତାଲିମ୍‌ ନେଇ ଭବିଷ୍ୟତରେ ମାଷ୍ଟର ଓ ଗ୍ରାଣ୍ଡମାଷ୍ଟର ହେବେ ।

୨୦୦୯ରୁ କିଟ୍‌ ଓ କିସ୍‌ ଚେସକୁ ପ୍ରୋତ୍ସାହନ ଯୋଗାଇ ଆସୁଛି । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଚର ଅଚ୍ୟୁତ ସାମନ୍ତ ତୃଣମୂଳସ୍ତରରୁ ଚେସକୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି । ଚେସ୍‌ ଖେଳ ଓ ଖେଳାଳିଙ୍କ ଉନ୍ନତି ପାଇଁ ଆର୍ଥିକ ସହାୟତାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । କିଟ୍‌ ଓ କିସରେ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ଆବାସିକ ଚେସ୍‌ ଏକାଡେମୀ ପ୍ରତିଷ୍ଠା ନେଇ ଖୁସି ବ୍ୟକ୍ତ କରିଛନ୍ତି ଡକ୍ଟର ସାମନ୍ତ । ସେ କହିଛନ୍ତି, ଓଡ଼ିଶାରେ ଚେସ୍‌ ଏକାଡେମୀ ହେବା ନିଶ୍ଚିତ ଭାବେ ଏକ ଐତିହାସିକ ସଫଳତା । ଏଥିପାଇଁ ସର୍ବଭାରତୀୟ ଚେସ୍‌ ସଂଘ ସଭାପତି ସଞ୍ଜୟ କପୁର, ସମ୍ପାଦକ ଭରତ ସିଂହ ଚୌହାନଙ୍କୁ କୃତଜ୍ଞତା ଜଣାଇବା ସହ ଓଡ଼ିଶା ଚେସ୍‌ ଆସୋସିଏସନ ସଭାପତି ତଥା ଏଆଇସିଏଫ୍‌ ନବନିର୍ବାଚିତ ଯୁଗ୍ମ ସମ୍ପାଦକ ରଞ୍ଜନ ମହାନ୍ତି, ସମ୍ପାଦକ ଦେବବ୍ରତ ଭଟ୍ଟ ଓ ଆଇଏମ୍‌ ଶେଖର ସାହୁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

kiss kiss

ଓଡ଼ିଶା ଚେସ୍‌ ଆସୋସିଏସନ ସହଯୋଗ ପାଇଁ ଓଡ଼ିଶାରେ ଚେସର ବହୁଳ ପ୍ରସାର ହେବା ସହ କିଟ୍‌ ଓ କିସରେ ଚେସ୍‌ ଏକାଡେମୀ ପ୍ରତିଷ୍ଠା ହେବା ସମ୍ଭବ ହୋଇପାରିଛି । ଚେସର ପ୍ରସାର ଓ ପ୍ରସାର ପାଇଁ ନିଜସ୍ୱ ଖର୍ଚ୍ଚରେ ଦୀର୍ଘ ୧୨ ବର୍ଷ ହେଲା କିଟ୍‌ ଓ କିସ୍‌ ପକ୍ଷରୁ ବହୁ ଉଦ୍ୟମ କରାଯାଇ ଆସୁଛି । ଆଜି ଏହି ପରିଶ୍ରମକୁ ସ୍ୱୀକୃତି ମିଳିଛି ବୋଲି କହିଛନ୍ତି ଡକ୍ତର ଅଚ୍ୟୁତ ସାମନ୍ତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.