ଲଗାଣ ବର୍ଷାରେ ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ବନ୍ଧ, ଶହ ଶହ ହେକ୍ଟର ଚାଷଜମି ନଷ୍ଟ

ଧର୍ମଗଡ(କେନ୍ୟୁଜ୍): ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁଶୁଡ଼ିଲା କେନାଲ୍‌ ବନ୍ଧ । କଳାହାଣ୍ଡି ଜିଲ୍ଲା ସର୍ଗିଗୁଡା ଗ୍ରାମ ପଞ୍ଚାୟତର ପ୍ରଜା ନାଗଫେଣି ଡଙ୍ଗରିପଡା ନିକଟରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲର ବନ୍ଧ ଭୁଶୁଡିଛି । ଦୁଇ ଦିନର ଲଗାଣ ବର୍ଷାରେ କେନାଲରେ ପ୍ରବଳ ପାଣି ଆସିଥିଲା । ପୂର୍ବରୁ ଥିବା ଏକ ଗାତରେ ପାଣି ପଶିବା ଆରମ୍ଭ ହୋଇଥିଲା । ଶେଷରେ ବଡ଼ ଗାତ ସୃଷ୍ଟି ପରେ କେନାଲ ବନ୍ଧ ଭୁଶୁଡିଛି ।

ଫଳରେ ପାଣି ଲୋକଙ୍କ ଘରେ ପଶିବା ସହ ଶହ ଶହ ହେକ୍ଟର ଚାଷଜମିରେ ମାଡ଼ି ଯାଇଛି । ନଷ୍ଟ ହୋଇଛି ଲୋକଙ୍କ ଆସବାପତ୍ର । ଏପର୍ଯ୍ୟନ୍ତ କୈଣସି ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି । ଏଠାରେ ବହୁ ଦିନରୁ କେନାଲ ବାଡ଼ ଦୁର୍ବଳ ହେବା ସହ ପାଣି ଝରୁଥିଲା । ଦାଇତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.