ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’ପାଇଁ ଆସନ୍ତାକାଲି ଭୁବନେଶ୍ୱର ପହଞ୍ଚିବ ଇଣ୍ଡକ୍ସନ ଟିମ୍‌, ୧୬ରେ ହେବ କାର୍ଯ୍ୟକ୍ରମ

ଭୁବନେଶ୍ୱର(କେନ୍ୟୁଜ୍): ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’ଲାଗି କାଲି ଭୁବନେଶ୍ୱର ପହଞ୍ଚିବ ଇଣ୍ଡକ୍ସନ ଟିମ୍‌ । N32 ବିମାନରେ ଆସିବ ଇଣ୍ଡକ୍ସନ ଟିମ୍‌। ଆସନ୍ତା ୧୬ରେ ଭୁବନେଶ୍ୱରରେ ଓ ପୁରୀ ରାଜଭବନ ପାଖରେ ଥିବା ବେଳାଭୂମିରେ ଭାରତୀୟ ବାୟୁସେନାର ଏୟାର ସୋ’ ଅନୁଷ୍ଠିତ ହେବ। ବର୍ତ୍ତମାନ ଯାଏ ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଏୟାର ସୋ’ହେବା ନେଇ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ ।

ଏୟାର ସୋ’ରେ ଭାରତୀୟ ବାୟୁ ସେନାର ୯ଟି ଫାଇଟର ଜେଟ କୌଶଳ ପ୍ରଦର୍ଶନ କରିବେ । ଆସନ୍ତାକାଲି ଆସିବେ ବାୟୁସେନା ଟିମ୍‌ । ୧୩ ତାରିଖରେ ହକ୍‌ ଫାଇଟର ବିମାନ ଭୁବନେଶ୍ୱରରେ ପହଞ୍ଚିବ । ମ୍ୟାପିଂ ସର୍ଟି ବା ରିହରସଲ ହେବ। ୧୪ତାରିଖରେ ଆସିବ ଗ୍ଲୋବ ମାଷ୍ଟର ଏୟାରକ୍ରାଫ୍‌ଟ । ୧୫ରେ ପୁଣି ଥରେ ହେବ ଫୁଲ ଡ୍ରେସ ରିହରସଲ । ୧୬ତାରିଖରେ ହେବ ମୁଖ୍ୟ ଏୟାର ସୋ କାର୍ଯ୍ୟକ୍ରମ।

ଏହା ପରେ ୧୮ ତାରିଖରେ ପୁରୀ ବେଳାଭୂମିରେ ହେବ ଏୟାର ସୋ’। ସୋ’ରେ ୯ଟି ହକ୍‌ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡ ବାଏ ରହିବ । ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶାରେ ହେବ ବାୟୁସେନାର ସୂର୍ଯ୍ୟକିରଣ ସୋ’ । ଭୁବନେଶ୍ୱର ଓ ପୁରୀରେ ସୂର୍ଯ୍ୟକିରଣ ସୋ’ ପାଇଁ ହୋଇଛି ଯୋଜନା ।

Leave A Reply

Your email address will not be published.