ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବହୁ ଶିଳ୍ପପତି ଆଗ୍ରହୀ : ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ଯୁଜ୍) : ଚେନ୍ନାଇ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବହୁ ଶିଳ୍ପପତି ଆଗ୍ରହୀ । ଗତକାଲି ଚେନ୍ନାଇରେ ଇନଭେଷ୍ଟର୍ସ ମିଟ୍‌ରେ  ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ସମ୍ଭାବନା ସମ୍ପର୍କରେ କିଛି ଟପ୍‌ ଇଣ୍ଡଷ୍ଟ୍ରି କ୍ୟାପଟେନ୍‌ଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । କମ୍‌ ଖର୍ଚ୍ଚରେ ବ୍ୟବସାୟ, ଅନୁକୂଳ ପରିବେଶ, ନିବେଶକାରୀଙ୍କୁ ପ୍ରୋତ୍ସାହନ ସୁବିଧାକୁ ଫୋକସ୍‌ କରାଯାଇଥିଲା ।

make in odishaରାଜ୍ୟ ସରକାରଙ୍କ ପାଖରେ ୧ ଲକ୍ଷ ୨୦ ହଜାର ଏକର ଲ୍ୟାଣ୍ଡ ବ୍ୟାଙ୍କ ଥିବା ଶିଳ୍ପପତିମାନଙ୍କୁ ଜଣାଯାଇଛି । ସେହିପରି ଚେନ୍ନାଇରେ ଓଡ଼ିଶା ଭବନ ଉଦ୍‌ଘାଟନ ନେଇ ପ୍ରତିକ୍ରିୟାରେ କହିଛନ୍ତି, ଏହା ଚେନ୍ନାଇ ଯାଉଥିବା ଓଡ଼ିଆ ଲୋକ ସେବାରେ ଆସିବ । ଏଠାରେ ମୋଟ୍‌ ୧୬ଟି ରୁମ୍‌ ରହିଛି । ୨୧ କୋଟି ୪୩ ଲକ୍ଷ ଟଙ୍କାରେ ଚେନ୍ନାଇରେ ନିର୍ମାଣ କରାଯାଇଛି ଓଡ଼ିଶା ଭବନ । ରାଜ୍ୟ ବାହାରେ ଏହା ହେଉଛି ଷଷ୍ଠ ଓଡ଼ିଶା ଭବନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.