ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର

ବୌଦ୍ଧ(କେନ୍ୟୁଜ୍): ସରେଣ୍ଡର କଲେ ଚର୍ଚ୍ଚିତ ମିଶ୍ର। ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ସରେଣ୍ଡର କରିଛନ୍ତି ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ। ଆଜି ଭୋର ୪ଟାରେ ଆସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସରେଣ୍ଡର କରିଥିଲେ। CBIର ଅଭିଯୁକ୍ତ ତାଲିକାରେ ଥିଲେ ଚର୍ଚ୍ଚିତ। ସିବିଆଇ ପଞ୍ଝାରେ ଶିଳ୍ପପତି ମହିମା ମିଶ୍ର । ୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି ।

ଏମାନଙ୍କ ମଧ୍ୟରୁ ୩ଜଣଙ୍କୁ ଅଧିକ ପଚରାଉଚରା ପାଇଁ ୧୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ପାରାଦୀପ ପୋର୍ଟ ଟ୍ରଷ୍ଟ ଚିଫ ମେକାନିକାଲ ଇଞ୍ଜିନିୟରଙ୍କ ସହ ୩ ଜଣଙ୍କୁ ବାନ୍ଧିଛି ସିବିଆଇ । ଗତକାଲି ମହିମା ମିଶ୍ରଙ୍କ ଘର ଓ OSLରେ ହୋଇଥିଲା CBI ଚଢ଼ଉ । ମୋଟ୍‌ ୧୫ଟି ସ୍ଥାନରେ ଚଢଉରେ ୮୪ଲକ୍ଷ ୫୦ହଜାର ଟଙ୍କା ଏବଂ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।

Leave A Reply

Your email address will not be published.