ଅନ୍ଧବିଶ୍ବାସର ଅନ୍ଧକାରରେ ମଣିଷ, ଦେହ ଭଲ ହେବା ପାଇଁ ମାସକର ଶିଶୁକୁ ଚେଙ୍କ

ନବରଙ୍ଗପୁର : ଅନ୍ଧବିଶ୍ବାସର ଅନ୍ଧକାରରେ ମଣିଷ । ଦେହ ଭଲ ହେବା ପାଇଁ ଶିଶୁକୁ ଚେଙ୍କ । ମାସକର ଶିଶୁକୁ ୪୦ରୁ ଉର୍ଦ୍ଧ୍ବ ଚେଙ୍କ । କଅଁଳା ଶିଶୁକୁ ଏମିତି ଚେଙ୍କ ଦିଆଯାଇଛି ଯେ ମୁଣ୍ଡ ଓ ପେଟରେ ଆଉ କେଉଁଠି ବି ଜାଗା ଖାଲି ନାହିଁ । ଯନ୍ତ୍ରଣାରେ ହସପିଟାଲ ବେଡରେ ପଡି ରହି ଛଟପଟ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ।
ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଫୁଣ୍ଡେଲପଡା ଗାଁର ସରୋଜ କୁମାର ନାୟକଙ୍କ ମାସକର ପୁଅର ପେଟ ଓ ମୁଣ୍ଡରେ ୪୦ରୁ ଉର୍ଦ୍ଧ୍ବ ଚେଙ୍କ ଦିଆଯାଇଛି । ପରିବାର ଲୋକେ ଶିଶୁଟିକୁ ଗୁରୁତର ଅବସ୍ଥାରେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିତିଲେ। ତେବେ ବର୍ତ୍ତମାନ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ଶୀଘ୍ର ସୁସ୍ଥ ହୋଇ କିପରି ଘରକୁ ଫେରିବ ସେନେଇ ଚେଷ୍ଟା ଚାଲିଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।
Also read: ଏଣିକି ବସ୍ରେ ପ୍ରଥମେ ଚଢ଼ିବେ ମହିଳା ଯାତ୍ରୀ, ଅନ୍ଧବିଶ୍ବାସକୁ ଦୂର କରିବା ପାଇଁ ଅଣ୍ଟା ଭିଡ଼ିଲେ ରାଜ୍ୟ ସରକାର