ଆନନ୍ଦପୁର: ବାପାର ଠେଙ୍ଗା ମାଡ଼ରେ ଗଲା ଝିଅର ଜୀବନ

ଆନନ୍ଦପୁର(କେନ୍ୟୁଜ୍): ବାପାର ଠେଙ୍ଗା ମାଡ଼ରେ ଗଲା ଝିଅର ଜୀବନ । ଆନନ୍ଦପୁର ପୌର ପରିଷଦ ୧୩ନଂ ୱାର୍ଡରେ ଖାପରଖାଇ ସାଉନ୍ତି ସାହିରେ ଘଟିଛି ଅଭାବନୀୟ ଘଟଣା। ଝିଅକୁ ହତ୍ୟା କରି ଫେରାର ହୋଇଛି ବାପା। ଏକ ସ୍କୁଟିକୁ ନେଇ ସାଉନ୍ତି ସାହିର ଦୁଇଭାଇଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଝଗଡ଼ା ଉଗ୍ରରୂପ ଆଡ଼କୁ ବଢିବା ଦେଖି ସାନଭାଇ ରଞ୍ଜନଙ୍କ ସ୍ତ୍ରୀ ଏଥିରୁ ନିବୃତ୍ତ ରହିବାକୁ ସ୍ୱାମୀଙ୍କୁ କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ରଞ୍ଜନ ନିଜ ସ୍ତ୍ରୀଙ୍କୁ ଠେଙ୍ଗାରେ ମାରିବା ବେଳେ ଏହା ତାଙ୍କର ଆଠମାସର ଝିଅ ମୁଣ୍ଡରେ ବାଜିଥିଲା। ଗୁରୁତର ଅବସ୍ଥାରେ ଝିଅକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାର ମୃତ୍ୟୁ ଘଟିଛି। ରଞ୍ଜନ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।