ଢେଙ୍କାନାଳ: ଅଜଣା ରୋଗର କାୟାରେ ଆତଙ୍କିତ ରସାସିଂହ ବାସିନ୍ଦା, ୩ଶହରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ

ଢେଙ୍କାନାଳ(କେନ୍ୟୁଜ୍‌):ଅଜଣା ରୋଗର କାୟାରେ ଆତଙ୍କିତ ରସାସିଂହ ବାସିନ୍ଦା। ଗତ ୨ମାସ ଧରି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର ରସାସିଂହ ଗାଁରେ ଦେଖାଦେଇଛି ଅଜଣାରୋଗ। ପ୍ରଥମେ ଜ୍ୱର ଆସିବା ପରେ ଦେହ ହାତ ଦରଜ ହେବା ସହ ମୁହଁ ଓ ନାକ କଳା ପଡ଼ିଯାଉଛି। ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହେଉଥିବାରୁ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡୁଛି। ଗାଁରେ ପ୍ରାୟ ୩ଶହରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଖବର ପାଇବା ପରେ ୨ଟି ଡାକ୍ତରୀ ଦଳ ଆସି ଗାଁରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ପାନୀୟ ଜଳର ନମୂନା ଓ ରୋଗୀଙ୍କ ରକ୍ତନମୁନା ସଂଗ୍ରହ କରିଛନ୍ତି। ପରୀକ୍ଷା ନିରୀକ୍ଷା ପରେ ରୋଗର କାରଣ ଜଣାପଡ଼ିବ ବୋଲି ଡାକ୍ତରୀ ଦଳ କହିଛନ୍ତି।

Leave A Reply

Your email address will not be published.