ନୃଶଂସତାର ସୀମା ଟପିଗଲା ମଣିଷ, ବାଛୁରୀର ଆଖି ତାଡ଼ିଲା ମାତାଲ ଯୁବକ

ବଲାଙ୍ଗିର : ନୃଶଂସତାର ସୀମା ଟପିଗଲା ମଣିଷ । ନିଶାସକ୍ତ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ । ବାଛୁରୀର ଆଖି ତାଡ଼ିଲା ମାତାଲ ଯୁବକ । ବଲାଙ୍ଗିର ମାଲପଡ଼ା ଅଞ୍ଚଳରେ ଘଟିଛି ଏଭଳି ଅମାନୁଷିକ ଘଟଣା । ସେପଟେ ଯନ୍ତ୍ରଣାରେ ଛଟପଟ ହେଉଥିଲା କୁନି ବାଛୁରୀଟି । ବାଛୁରୀକୁ ଉଦ୍ଧାର କରାଯାଇ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ବାଛୁରୀ ଆଖି ତାଡ଼ିଲା ସମୟରେ ମଦୁଆ ଯୁବକକୁ ଧରିଦେଲେ ଗାଁ ଲୋକେ । ଆଉ ବହେ ଛେଚିଲେ । ଶେଷରେ ଖବର ପାଇ ଟାଉନଥାନା ପୋଲିସ ଆସି ଗାଁ ଲୋକଙ୍କ କବଳରୁ ମଦୁଆ ଯୁବକକୁ ଉଦ୍ଧାର କରି ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି ।
ଆହୁରି ପଢ଼ନ୍ତୁ : ପାଟଣାଗଡ଼ରେ ଜାଳିଦେଲେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି, କିଏ ଓ କାହିଁକି ନିଆଁ ଲଗାଇଲା ଅସ୍ପଷ୍ଟ