ଯାଜପୁର ମୁଖ୍ୟ ଡାକ୍ତରଖାନା ପରିସରରୁ କ୍ଷତାକ୍ତ ନବଜାତ ଶିଶୁ ପୁତ୍ର ଉଦ୍ଧାର

ଯାଜପୁର ଟାଉନ: ଯାଜପୁର ମୁଖ୍ୟ ଡାକ୍ତରଖାନା ପରିସରରୁ ଜଣେ କ୍ଷତାକ୍ତ ନବଜାତ ଶିଶୁ ପୁତ୍ର ଉଦ୍ଧାର । ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର । ସୂଚନା ଅନୁଯାୟୀ ଆଜି ବଢ଼ି ଭୋରୁ ଜଣେ ସଫେଇ କର୍ମୀ ଡାକ୍ତରଖାନା ପରିସରରେ ସଫା କରୁଥିବା ବେଳେ ଏକ ନବଜାତ ଶିଶୁ ପୁତ୍ରକୁ ପାଇଥିଲେ । ତାକୁ ତୁରନ୍ତ ଡାକ୍ତରଖାନାକୁ ଆଣିଥିଲେ ।

ସେଠାରେ ତାର ଚିକିତ୍ସା କରାଯିବାରୁ ଶିଶୁଟି ଅସୁସ୍ଥ ଥିବା ଜଣାପଡିଥିଲା । ଶିଶୁର ବିଭିନ୍ନ ସ୍ଥାନରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ଶିଶୁଟିକୁ ଚାଇଲ୍ଡ ଲାଇନ ଏବଂ ସା କୁ ହସ୍ତାନ୍ତର କରାଯାଇଥିଲା । ଉଭୟ ଶିଶୁର ଅଧିକ ଚିକିତ୍ସା ପାଇଁ କଟକ ନିଆଯାଇଛି । ତେବେ କେହି ଜାଣି ଶୁଣି ଏହି ଶିଶୁ ପୁତ୍ରକୁ ଛାଡି ଚାଲିଯାଇଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.