ନନ୍ଦନକାନନରେ ଚିକିତ୍ସାଧୀନ ଅବସ୍ଥାରେ ଭାଲୁ ମୃତ

ଭୁବନେଶ୍ବର(କେନ୍ୟୁଜ୍‌): ନନ୍ଦନକାନନରେ ଭାଲୁ ମୃତ। ଚିକିତ୍ସାଧୀନ ଅବସ୍ଥାରେ ଅଣ୍ଡିରା ଭାଲୁର ମୃତ୍ୟୁ ହୋଇଛି। ପ୍ରାଣୀ ଉଦ୍ୟାନରେ ଥିବା ଚିକିତ୍ସା କେନ୍ଦ୍ରରେ ଚିକିତ୍ସା ଚାଲିଥିଲା। ତାର ବୟସ ପ୍ରାୟ ୫ ବର୍ଷ ହେବ। ମେ ୪ ତାରିଖରେ ଜୟପୁର ଅଞ୍ଚଳରୁ ଆହତ ଅବସ୍ଥାରେ ଭାଲୁଟିକୁ ଉଦ୍ଧାର କରାଯାଇଥିଲା। ଗୁଳିମାଡ଼ରେ ତାର ୨ ଗୋଡ଼ ପକ୍ଷାଘାତ ହୋଇଥିଲା। ଚିକିତ୍ସା ପାଇଁ ତାକୁ ନନ୍ଦନକାନନକୁ ଅଣାଯାଇଥିଲା। ଗତକାଲି ତାର ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.