ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ ଭବନ ଉପର ମହଲା କୋଠରୀରେ ପିସିସି ସଭାପତି ବସିଥିବା ବେଳେ ହଠାତ ୨୦ରୁ ଅଧିକ ଯୁବକ ବିଭିନ୍ନ ସ୍ଲୋଗାନ ଦେଇ ପଶିଥିଲେ । ପିସିସି ସଭାପତିଙ୍କ ସହ ହାତ ମିଳାଇଲେ । ପକେଟରୁ କାଳି ବାହାର କରି ମାଡ଼ କରିଥିଲେ।

ଏହାପରେ ଯୁବକମାନେ ତତକ୍ଷଣାତ ସେଠାରୁ ପଳାଇଥିଲେ । ନିଟ ପରୀକ୍ଷାରେ ଅନିୟମିତ ବିରୋଧରେ ଆନ୍ଦୋଳନ ପାଇଁ ଯିବା ପୂର୍ବରୁ କାଳିମାଡ଼ କରାଯାଇଛି । ତେବେ କାଳିମାଡ଼ର କାରଣ ଅସ୍ପଷ୍ଟ ରହିଛି। କିଛି ଦିନ ହେବ କଂଗ୍ରେସରେ ଟିକେଟ ଆବଣ୍ଟନ ଏବଂ ନିର୍ବାଚନ ପାଣ୍ଠି ଅନିୟମିତତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହା କାଳିମାଡ଼ର କାରଣ ହୋଇଥାଇପାରେ ବୋଲି କୁହାଯାଉଛି । ଘଟଣା ପରେ ବିଜେପିକୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। କହିଛନ୍ତି, କଂଗ୍ରେସର ଉତ୍ ଥାନ ଦେଖି କିଛି ଅହଂକାରୀ ଷଡ୍ ଯନ୍ତ୍ର କରୁଥିବେ । ଏହା ମୋ ପାଇଁ ନୂଆ ନୁହେଁ, ମୁଁ ଦବିବା ଲୋକ ନୁହେଁ ବୋଲି ସେ କହିଛନ୍ତି ।

You might also like