ପୁଣି ଯାଞ୍ଚ ହେବ ଭିତର ରତ୍ନଭଣ୍ଡାର, ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ୍ ବିଶ୍ବନାଥ ରଥ

ପୁରୀ : ପୁଣି ଯାଞ୍ଚ ହେବ ଭିତର ରତ୍ନଭଣ୍ଡାର। ରତ୍ନଭଣ୍ଡାର ତଦାରଖ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ପରେ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ୍ ବିଶ୍ବନାଥ ରଥ। ଭିତର ରତ୍ନଭଣ୍ଡାର ପୁଣି ଯାଞ୍ଚ ପାଇଁ ଅଣାଯିବ SOP। ଏନେଇ ସରକାରଙ୍କୁ କରାଯିବ ଅବଗତ। ରତ୍ନଭଣ୍ଡାର ସିନ୍ଦୁକ, ଆଲମିରା ସ୍ଥାନାନ୍ତର ସହ ମରାମତି କରାଯିବ। ଉନ୍ନତ ବୈଷୟିକ ବ୍ୟବସ୍ଥାରେ କରାଯିବ ମରାମତି। ମରାମତି ପାଇଁ ସରକାରଙ୍କୁ ଅନୁରୋଧ କରାଯିବ। ପରିଚାଳନା କମିଟି ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରାଯିବ।