ସାରାଂଶ ଦାସଙ୍କ ଅଭିନବ ପ୍ରୟାସ, ନିଜ ମ୍ୟାଜିକରେ ଯୋଡ଼ିଛନ୍ତି ଓଡ଼ିଶା ଏବଂ ଇଣ୍ଡୋନେସିଆର ଐତିହାସିକ ସମ୍ପର୍କକୁ

କଟକ(କେନ୍ଯୁଜ୍): ଇଣ୍ଡୋନେସିଆ ସହ ଭାରତର ସମ୍ପର୍କ ଅତି ପୁରୁଣା । ଇଣ୍ଡୋନେସିଆର ସ୍ଵାଧୀନତା ସଂଗ୍ରାମରେ ଆମ ନିଜର ବିଜୁ ବାବୁଙ୍କ ଭୂମିକା ଏବଂ ଏହି ଦେଶ ସହ ଓଡ଼ିଆ ସାଧବ ପୁଅଙ୍କର ବାଣିଜ୍ୟ ବ୍ୟବସାୟର ଗାଥା ଏବେବି ତାଜା ରହିଛି । ତେବେ ଏସବୁକୁ ଉଜ୍ଜୀବିତ କରିବା ପାଇଁ ପ୍ରସ୍ତୁତ ହୋଇଛି ଆନ୍ତର୍ଜାତିକ ଯାଦୁକଳା ଵୃତ୍ତଚିତ୍ର। ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ପବିତ୍ର ଦିବସ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ଯାଦୁକଳା ବା ମ୍ୟାଜିକ୍‌ ଉପରେ ପର୍ଯ୍ୟବସିତ ଏକ ଡକୁମେଣ୍ଟାରୀ ଉନ୍ମୋଚିିତ ହୋଇଛି । ଏହାର ପ୍ରଯୋଜନା ଓ ନିର୍ଦ୍ଦେଶନାରେ ଅଛନ୍ତି କଟକର ଇଂଜିନିୟରିଂ ଛାତ୍ର ଯୁବ ଯାଦୁଗର ସାରାଂଶ ଦାସ। ଭାରତ ଓ ଇଣ୍ଡୋନେସିଆ ଉଭୟ ଦେଶର ୯ ଜଣ ଯୁବ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଯାଦୁଗର ଏଥିରେ ଅଂଶଗ୍ରହଣ କରିଛନ୍ତି।

କଟକ ଗଣ୍ଡରପୁରର ଇଂଜିନିୟରିଂ ଛାତ୍ର ଯୁବ ଯାଦୁଗର ସାରାଂଶ ଦାସ। ଏହି ବିଟେକ ଛାତ୍ର ଜାତୀୟ ଅନ୍ତର୍ଜାତୀୟସ୍ତରର ଜଣେ ନାଁ କରା ଯାଦୁଗର। ଅନେକ ସମୟରେ ନିଜର ଯାଦୁ ଦେଖାଇ ଦର୍ଶକଙ୍କୁ ଚକିତ କରିଥିବା ସାରାଂଶ ଏବେ ଏକ ନୂଆ ଢଙ୍ଗରେ ମ୍ୟାଜିକ କରିଛନ୍ତି । ସେଥିରେ ଯୋଡ଼ିଛନ୍ତି ଓଡ଼ିଶା ଏବଂ ଇଣ୍ଡୋନେସିଆର ଐତିହାସିକ ସମ୍ପର୍କକୁ । ଅତୀତରେ ଓଡ଼ିଆ ସାଧବ ପୁଅମାନେ ଇଣ୍ଡୋନେସିଆକୁ ବ୍ୟବସାୟ ବାଣିଜ୍ୟ ପାଇଁ ଯାଉଥିଲେ। ପୁଣି ପ୍ରବାଦ ପୁରୁଷ ତଥା ଝଡ଼ର ଇଗଲ ଭାବେ ପରିଚିତ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆ ଯାଇ ଗୃହବନ୍ଦୀ ଥିବା ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣୋ, ହାଟା ଓ ସୁଲତାନ ଶାହବୀରଙ୍କୁ ଉଦ୍ଧାର କରି ନେଇ ଆସିଥିଲେ। ସେହି ସ୍ମୃତିକୁ ଆଜିର ଯୁବପିଢ଼ିଙ୍କ ମଧ୍ୟରେ ଉଜ୍ଜୀବିତ କରିବା ପାଇଁ ଉଭୟ ଭାରତ ଓ ଇଣ୍ଡୋନେସିଆର ଯାଦୁଗରଙ୍କୁ ନେଇ ଏକ ଆନ୍ତର୍ଜାତିକ ଯାଦୁକଳା ଵୃତ୍ତଚିତ୍ର ପ୍ରସ୍ତୁତ କରିଛନ୍ତି ଯାଦୁଗର ସାଂରାଶ ଦାସ।

magic

ଏହି ଆନ୍ତର୍ଜାତିକ ଯାଦୁକଳା ଵୃତ୍ତଚିତ୍ରରେ ଭାଗ ନେଇଛନ୍ତି ଇଣ୍ଡିଆଜ ଗଟ ଟାଲେଣ୍ଟର କୃତୀ ପ୍ରତିଯୋଗୀ ଆଞ୍ଚଲ କୁମାୱାଥ, ଅସ୍କୟା, ସିତମ ପଲ ଓ ଇଣ୍ଡୋନେସିଆର ଖ୍ୟାତନାମା ଶିଶୁ କଳାକାର ଫ୍ରିଟଜି, ଆରିଫ, ଫାରଚାନ ଆରୋନ, ପିଟରଙ୍କ ଭଳି ମ୍ୟାଜିସିଆନ। ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମରେ ଭାରତର ଅବଦାନ ବିଶେଷ ଭାବେ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆହ୍ଵାନରେ ଦୁର୍ଦ୍ଧର୍ଷ ପାଇଲଟ ବିଜୁ ପଟ୍ଟନାୟକ ଡଚ୍‌ଙ୍କ କବଳରୁ ସୁକର୍ଣ୍ଣୋଙ୍କୁ ଉଦ୍ଧାର କରିଥିବା ସମ୍ପର୍କିତ ବିବରଣୀ ସ୍ଥାନ ପାଇଛି ଏହି ଏହି ଆନ୍ତର୍ଜାତିକ ଯାଦୁକଳା ଵୃତ୍ତଚିତ୍ରରେ। କଟକର ଯୁବ ମ୍ୟାଜିକସିଆନଙ୍କ ଏହି ଅଭିନବ ପ୍ରୟାସ ପାଇଁ କଟକ ବାସୀ ମଧ୍ୟ ବେଶ ଗର୍ଵ ଅନୁଭବ କରୁଛନ୍ତି।

କୋଭିଡ ମହାମାରୀ ଓ ଏହାର ପରବର୍ତ୍ତୀ ସମୟରେ ସାରା ବିଶ୍ୱରେ ଜନଜୀବନ ବହୁ ଭାବରେ ପ୍ରଭାବିତ ହୋଇଛି । ଏହି ସମୟରେ ଓଡ଼ିଆ ଯୁବ ଯାଦୁଗରଙ୍କ ଏ ଆନ୍ତର୍ଜାତିକ ଯାଦୁକଳା ଵୃତ୍ତଚିତ୍ର ଜନସାଧାରଣଙ୍କୁ ଆମୋଦ ଆଣିଦେବ ବୋଲି ଆଶା କରାଯାଉଛି । ଆହୁରି ମଧ୍ୟ ଦୁଇ ଦେଶ ମଧ୍ୟରେ ଥିବା ପୁରୁଣା ବନ୍ଧୁତ୍ୱ ଓ ସାଂସ୍କୃତିକ ପରମ୍ପରାକୁ ରୁଦ୍ଧିମନ୍ତ କରିବ ନିଶ୍ଚୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.