INS ଚିଲିକା ତରଫରୁ କାର୍ଗିଲ ସହିଦ ଦିବସ ପାଳିତ

ବାଲୁଗାଁ(କେନ୍ୟୁଜ୍): ୧୯୯୯ ମସିହା ଜୁଲାଇ ୨୬ ତାରିଖ ଭାରତ ପାଇଁ ଏକ ଅବିସ୍ମରଣୀୟ ଦିବସ। କାରଣ ଏହି ଦିନ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟ ହୋଇ କାର୍ଗିଲ ଘାଟିରେ ବିଜୟ ବାନା ଉଡାଇଥିଲା। ଆଉ ଏହି ଯୁଦ୍ଧରେ ସହିଦ ହୋଇଥିବା ସୈନିକମାନଙ୍କ ସ୍ମ୍୍‌ତି ଉଦେଶ୍ୟରେ ଭାରତୀୟ ନୌସେନା ଚିଲିକା ବେସ୍ ତରଫରୁ କାର୍ଗିଲ ସହିଦ ସପ୍ତାହ ସମାରୋହରେ ପାଳିତ ହୋଇଛି। INS ଚିଲିକାର କମାଣ୍ଡର ଋତୁରାଜ ସାହୁଙ୍କ ତତ୍ତ୍ବାବଧାନରେ ଏକ ବିରାଟ ସାଇକେଲ ଶୋଭାଯାତ୍ରା ଚିଲିକାରୁ ବାହାରି ବାଣପୁର ନେହରୁ ସେବାଶ୍ରମରେ ପହଞ୍ଚିଥିଲା। ଏହାପରେ ନୌବାହିନିରେ ଯୁବଗୋଷ୍ଠୀଙ୍କ ପାଇଁ କି ପପ୍ରକାର ବ୍ୟବସ୍ଥା କରାଯାଇଛି ସେ ବିଷୟରେ ଆଲୋଚନା କରିଥିଲେ। ଏହାପରେ ଇଣ୍ଡିଆନ ନ୍ୟାଭି ବ୍ୟାଣ୍ଡ କନସେପ୍ଟ ମାଧ୍ୟମରେ ଜାତିୟତା ବୋଧର ବିଭିନ୍ନ ସଂଗୀତ ପରିବେଷଣ କରାଯାଇଥିଲା। ଶେଷରେ ନୌସେନାରେ ଯୋଗ ଦେବା ପାଇଁ ଯୁବଗୋଷ୍ଠୀ ଆଗେଇ ଆସିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଥିବା ଦୁରତାକୁ ଦୂର କରିବା ପାଇଁ ନୌସେନା କମାଣ୍ଡର ତାଙ୍କ ବକ୍ତବ୍ୟରେ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.