ସିବିଆଇ ଜାଲରେ ମହିଳା ଡାକ ନୀରିକ୍ଷକ, ୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଗିରଫ

ମୟୁରଭଞ୍ଜ : ଇନିକ୍ରିମେଣ୍ଟ ପ୍ରାପ୍ୟ ମଞ୍ଜୁରୀ ପାଇଁ କର୍ମଚାରୀଙ୍କୁ ଲାଞ୍ଚ ମାଗି ବଡ଼ସାହି ମହିଳା ଡାକ ନୀରିକ୍ଷକ ସିବିଆଇ ଜାଲରେ । ବଡ଼ସାହି ପୋଷ୍ଟଲ ଇନ୍ସପେକ୍ଟର ସିବିଆଇ ଦ୍ବାରା ଗିରଫ। ଗିରଫ ଇନ୍ସପେକ୍ଟର ହେଲେ ରୁବୀ ଦାସ । ଅଜିତ କୁମାର ରାଉତଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ସିବିଆଇ ।
ଟିଆର ସିଏ ରିଭ୍ୟୁ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ରୁବୀ ଦାସ । ଘଟଣାକୁ ନେଇ ଅଜିତ ସିବିଆଇର ଦ୍ବାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଆଜି ତାଙ୍କ କଳମା ସ୍ଥିତ ବାସ ଭବନରେ ଲାଞ୍ଚ ଦେବା ବେଳେ ମାଡ଼ି ବସିଥିଲା ସିବିଆଇ । ଲାଞ୍ଚ ଟଙ୍କା ସମେତ ପୋଷ୍ଟଲ୍ ଇନ୍ସପେକ୍ଟର ରୁବୀ ଦାଶଙ୍କୁ ଗିରଫ କରିଛି ସିବିଆଇ ।