କାକଟପୁର: ଜାତୀୟ ପତାକା ପ୍ରତି ଅସମ୍ମାନ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଉପ କୋଷାଗାର କାର୍ଯ୍ୟାଳୟ ପରିସରର ଏହି ଫଟୋ
କାକଟପୁର: ଜାତୀୟ ପତାକା ପ୍ରତି ଅସମ୍ମାନ । କାକଟପୁର ଉପ କୋଷାଗାର କାର୍ଯ୍ୟାଳୟ ପରିସରରେ ଗତକାଲି ସ୍ବାଧୀନତା ଦିବସ ପାଳନ କରାଯାଇଥିଲା। ହେଲେ ଉତ୍ତୋଳନର କିଛି ସମୟ ପରେ ପତାକାଟି ଗୋଟେ ପଟକୁ ଢଳି ହୋଇ ରହିଥିଲା । ସେହି ସମୟରେ କେହି ବ୍ୟକ୍ତି ଉକ୍ତ ଘଟଣାର ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯେଉଁ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।
ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଫଟୋରେ ସମ୍ପୃକ୍ତ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ଏଭଳି ପରିସ୍ଥିତି ଉପୁଯିଥିବାରୁ ଉକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । ଅନ୍ୟପଟେ ଏଯାଏ ସମ୍ପୃକ୍ତ ଅଧିକାରୀ ଜଣଙ୍କର କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ ।