ଅନ୍ଧାରରେ ଇଣ୍ଟିଗ୍ରେଟେଡ ବିଇଡି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ସରକାର ପଦକ୍ଷେପ ନନେଲେ ଆନ୍ଦୋଳନ ଚେତାବନୀ

ଅନ୍ଧାରରେ ଇଣ୍ଟିଗ୍ରେଟେଡ ବିଇଡି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଠ ପଢିବା ପରେ କୌଣସି ସରକାରୀ ଚାକିରି ପାଇଁ ଯୋଗ୍ୟ ନୁହନ୍ତି ବୋଲି ଜାଣିବାକୁ ପାଇଛନ୍ତି ଛାତ୍ରଛାତ୍ରୀ। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି, ବାରିପଦା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ବାଲେଶ୍ୱର ଫକୀରମୋହନ ମୋହନ ବିଶ୍ୱବିଦ୍ୟାଳୟରୁ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ଛାତ୍ରଛାତ୍ରୀମାନେ କହିଛନ୍ତି। ଏପରିକି ଓଟିଇଟି ପରୀକ୍ଷା ଦେବାକୁ ମଧ୍ୟ ସେମାନେ ଯୋଗ୍ୟ ନଥିବା ଜାଣିବାକୁ ପାଇଛନ୍ତି। ବାଧ୍ୟ ହୋଇ କୁଳପତିଙ୍କ ଜରିଆରେ ସରକାରଙ୍କୁ ଏନେଇ ଅବଗତ କରାଇଛନ୍ତି। ରାଜ୍ୟ ସରକାର ତୁରନ୍ତ କୌଣସି ପଦକ୍ଷେପ ନନେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.