ବଢୁଛି ଜାଡ଼, ଆହୁରି ୩ଦିନ ପର୍ଯ୍ୟନ୍ତ ବଢିପାରେ ଶୀତ ପ୍ରକୋପ

ନୂଆଦିଲ୍ଲୀ : ବଢୁଛି ଥଣ୍ଡା । ଦିଲ୍ଲୀ ସମେତ ପୂରା ଉତ୍ତର ଭାରତରେ ଶୀତ ପ୍ରବାହ ଜାରି ରହିଛି । ରାତିର ତାପମାତ୍ରା ହ୍ରାସ ପାଉଥିବାରୁ ପ୍ରବଳ ଜାଡ ସାଙ୍ଗକୁ ଥଣ୍ଡା ପବନ ବହୁଛିା ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହି ସମୟରେ ଚୁରୁ, ରାଜସ୍ଥାନ ଆଦି ଅଞ୍ଚଳର ତାପମାତ୍ରା ୧.୧ ଡିଗ୍ରୀ ପର୍ଯ୍ୟନ୍ତ ଖସି ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛିା ଏହା ସହିତ ଆଜି ସନ୍ଧ୍ୟା ସୁଦ୍ଧା ଝିପିଝିପି ବର୍ଷା ହେବାର ସମ୍ଭାବନା ରହିଛିା
ସେହିପରି ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀରରେ ଭୀଷଣ ବରଫ ପାତ ଜାରି ରହିଛି । ଏଠାରେ ଏବେ ତାପମାତ୍ରା ମାଇନସ୍ ୧୨ରୁ ୧୫ ଡିଗ୍ରୀ ରହୁଛି । ଆଗାମୀ ଦୁଇ ଦିନ ଯାଏ ବର୍ଷା ଓ ବରଫ ପାତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଅନ୍ୟପଟେ ଓଡିଶାରେ ମଧ୍ୟ ଶୀତ ଲହରୀ ଜାରି ରହିଛି । ବିଶେଷ କରି ଉକୂଳ ସମେତ ଅଭ୍ୟନ୍ତରୀଣ ଓଡିଶାରେ ଶୀତ ପୁଣି ବଢ଼ିଛି । ଏନେଇ ଲୋକଙ୍କୁ ସଚେତନ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।